ପୁରୀ, ୧୬ ଅକ୍ଟୋବର (ହି.ସ.)- ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ହବିଷାଳୀ ବ୍ରତଧାରୀଙ୍କ ଭିଡ ଲାଗି ରହିଛି । ଗୁରୁବାର ମହାପ୍ରଭୁଙ୍କ ଦର୍ଶନ ପରେ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରୁଥିବା ବେଳେ ଜଣେ ହବିଷାଳୀ ବୃଦ୍ଧା ସନ୍ତୁଳନ ହରାଇ ପଡିଯାଇଥିଲେ । ତାଙ୍କ ପାଦରେ ଆଘାତ ଲାଗିଛି । ସେଠାରେ ଉପସ୍ଥିତ ଥିବା ଜେଟିପି ଓ ଅନ୍ଯ ଅଧିକାରୀ ମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଇଥିଲେ । ତାଙ୍କ ପାଦ ମକଚି ହୋଇଥିବା ଜଣାପଡିଛି । ଏସପି ପ୍ରତୀକ ସିଂ ଚିକିତ୍ସାଳୟରେ ବୃଦ୍ଧାଙ୍କୁ ଦେଖା ହୋଇ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେ ନିଜେ ପଡି ଯାଇଥିବା କହିଥିଲେ । ତାଙ୍କର ପାଦ ମକଚି ହୋଇଛି । ସେ ସୁସ୍ଥ ଅଛନ୍ତି । ସେଠାରେ ଭିଡ କିମ୍ବା ଠେଲା ପେଲା ହୋଇନଥିବା ସେ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ହବିଷାଳୀ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ