ଭୁବନେଶ୍ୱର , ୧୬ ଅକ୍ଟୋବର (ହି.ସ.) - ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୭୯ ବର୍ଷ ରେ ପଦାର୍ପଣ କରିଛନ୍ତି। ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ରେ ବିଶ୍ୱାସ ରଖୁଥିବା ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ଅବସରରେ ଏସଓଏସ୍ ଭିଲେଜର ପିଲାମାନଙ୍କ ଗହଣରେ ସମୟ ବିତାଇଥିଲେ ।
ଗୁରୁବାର ପୂର୍ବାହ୍ନରେ ନବୀନ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ।
ପିଲାମାନେ ଦ୍ୱାରା ପ୍ରସ୍ତୁତ କେକ୍ କୁ ଶ୍ରୀ ପଟ୍ଟନାୟକ କାଟିବା ସହ ପିଲାମାନଙ୍କୁ ନିଜେ କେକ୍ ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ । ପିଲାମାନଙ୍କୁ ଆଶୀର୍ବାଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି । ତାଙ୍କ ଜନ୍ମ ଦିନରେ ସାମିଲ ହୋଇ ଥିବାରୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା