ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଜଣେ ସ୍ୱାଧୀନ ପ୍ରାର୍ଥୀ
ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)-ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ରେ ଉପନିର୍ବାଚନ ପାଇଁ ଗୁରୁବାର ସୁଦ୍ଧା ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ନାମ ଆଶ୍ରୟ ମହାନନ୍ଦ। ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ
ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଜଣେ ସ୍ୱାଧୀନ ପ୍ରାର୍ଥୀ


ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)-ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ରେ ଉପନିର୍ବାଚନ ପାଇଁ ଗୁରୁବାର ସୁଦ୍ଧା ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କର ନାମ ଆଶ୍ରୟ ମହାନନ୍ଦ।

ଭାରତ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande