ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ
ନୂଆପଡା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ । କିଛି ପାୱାର ଶୋ କାମ ଦେବନି ବୋଲି କହିଛନ୍ତି ବିରୋଧୀ
ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସାଧାରଣ ଲୋକଙ୍କ ସାମିଲ କରି ନାଁ ନେବାକୁ ଚେଷ୍ଟା । ଆମର
କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି । ଯେଉଁମାନେ ସେଠି ଦାୟିତ୍ୱରେ ଥିଲେ ସେମାନେ କେହି ଯାଇ
ନାହାନ୍ତି । ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି । ଜିଲ୍ଲା ବାହାରର ଅନେକ ନେତା, ବିଧାୟକ, ମନ୍ତ୍ରୀ ହୋଇଛନ୍ତି
। ସେଥିରେ କିଛି ଅସୁବିଧା ନାହିଁ । କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି ଆଗକୁ ଛାଡ଼ୁନି ।
ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି ସେହି ଆଧାରରେ ମହିଳାଙ୍କୁ ଟିକେଟ ଦିଆଯାଇଛି
। ସେ ଓଡ଼ିଶାର ନେତ୍ରୀ । ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି । ଏହା ସହ
ଶ୍ରୀମୟୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଆମ ପ୍ରାର୍ଥୀ ଦୁର୍ବଳ ନୁହେଁ । ସେ କିଏ ଆମ ପ୍ରାର୍ଥୀଙ୍କୁ
ଦୁର୍ବଳ କହିବାକୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା