ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ, ଭାରତୀୟ ରେଳବାଇ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି।
ଟ୍ରେନ୍ ନମ୍ବର ୦୪୪୦୮, ଆନନ୍ଦ ବିହାର – ପୁରୀ ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୧୮.୧୦.୨୦୨୫ (ଶନିବାର) ରାତି ୨୩:୦୦ ଘଣ୍ଟା (ରାତି ୧୧ଟା) ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ। ଟ୍ରେନ୍ ନମ୍ବର ୦୪୪୦୭, ପୁରୀ – ଆନନ୍ଦ ବିହାର ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୨୦.୧୦.୨୦୨୫ (ସୋମବାର) ଦିନ ସନ୍ଧ୍ୟା ୧୬:୩୦ ଘଣ୍ଟା (ସନ୍ଧ୍ୟା ୪.୩୦ ଘଣ୍ଟା) ରେ ପୁରୀରୁ ଛାଡ଼ିବ।
ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଏହି ଟ୍ରେନ୍ ଗୁଡିକର ପ୍ରମୁଖ ରହଣି ସ୍ଥାନ ହେଉଛି, ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଟାଟାନାଗର, ବୋକରୋ ଷ୍ଟିଲ ସିଟି, ହଜରିବାଗ ରୋଡ, ଗୟା, ପଣ୍ଡିତ ଡିନ୍ ଦୟାଲ ଉପାଧ୍ୟାୟ ଜଙ୍କସନ, ମିର୍ଜ଼ାପୁର ଏବଂ ଘାଜିଆବାଦ
ସେହିପରି ଟ୍ରେନ୍ ନମ୍ବର ୦୮୪୭୫, ପୁରୀ- ହଜରତ ନିଜାମୁଦ୍ଦିନ ସ୍ପେଶାଲ୍ ଏକ୍ସପ୍ରେସ୍ ତାରିଖ ୧୯.୧୦.୨୦୧୫ (ରବିବାର) ପୁରୀରୁ ପ୍ରଭାତ ୦୪:୫୦ ଘଣ୍ଟାରେ ଯାତ୍ରା ଆରମ୍ଭ କରିବ । ପୁରୀ ଏବଂ ନିଜାମୁଦିନ ମଧ୍ୟରେ ଏହି ଟ୍ରେନ୍?ର ପ୍ରମୁଖ ରହଣି ସ୍ଥାନଗୁଡ଼ିକ ହେଉଛି, ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍?, ବିଳାସପୁର, ଝାନ୍ସୀ ଏବଂ ଆଗ୍ରା କ୍ୟାଣ୍ଟ।
ପାର୍ବଣ ଋତୁର ଯାତ୍ରୀଙ୍କ ଚାହିଦା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକର ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନ ଦେଇ ଯାତ୍ରା କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା