ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ- ନୂଆ ଦୁଇ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତ କିଏ ବୋଲି ପ୍ରଶ୍ନ ଉଠାଇଲା ଷ୍ଟୁଡେଂଟ ଏଗେନଷ୍ଟ କରପସନ
ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ନୂଆ ଦୁଇ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତ କିଏ ବୋଲି ପ୍ରଶ୍ନ ଉଠାଇଛି ଷ୍ଟୁଡେଂଟ ଏଗେନଷ୍ଟ କରପସନ । ପାଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି, ମୁନା ମହାନ୍ତି ତାଙ୍କ ପତ୍ନୀଙ୍କ ସହ ନୂଆ ଦୁଇ ଜଣ ଶ୍ରୀକ
ପୋଲିସ ଏସଆଇ ପରୀକ୍ଷା     କେଳେଙ୍କାରୀ- ନୂଆ ଦୁଇ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତ କିଏ ବୋଲି ପ୍ରଶ୍ନ ଉଠାଇଲା ଷ୍ଟୁଡେଂଟ     ଏଗେନଷ୍ଟ କରପସନ


ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ପୋଲିସ ଏସଆଇ

ପରୀକ୍ଷା କେଳେଙ୍କାରୀ ଘଟଣାରେ ନୂଆ ଦୁଇ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତ କିଏ ବୋଲି ପ୍ରଶ୍ନ

ଉଠାଇଛି ଷ୍ଟୁଡେଂଟ ଏଗେନଷ୍ଟ କରପସନ । ପାଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି, ମୁନା ମହାନ୍ତି ତାଙ୍କ ପତ୍ନୀଙ୍କ ସହ ନୂଆ ଦୁଇ ଜଣ ଶ୍ରୀକାନ୍ତ

ମହାରଣା ଓ ସୁକାନ୍ତ ମହାରଣା ହାଇକୋର୍ଟ ରେ ଆଗୁଆ ଜାମିନ ଆବେଦନ କରିସାରିଲେଣି ।

ଶ୍ରୀକାନ୍ତ ଓ ସୁକାନ୍ତଙ୍କ

ନା ପୋଲିସ ତଦନ୍ତରେ ନ ଥିବା ବେଳେ ଏମାନଙ୍କ ପରୀକ୍ଷା କେଳେଙ୍କାରୀ ସହ କଣ ସମ୍ପୃକ୍ତି ରହିଛି ।

କ୍ରାଇମ ବ୍ରାଞ୍ଚ ଲୁକ୍ ଆଇଟ ସର୍କୁଲାର ଜାରି କରୁଛି ହେଲେ ଅଭିଯୁକ୍ତ ଜାମିନ ଆବେଦନ କରୁଛନ୍ତି

। ଅଭିଯୁକ୍ତ ମାନେ ଓଡିଶାରେ ଅଛନ୍ତି ନା ବିଦେଶ

ପଳାଇଛନ୍ତି? ଗତ 30 ତାରିଖରୁ ମାତ୍ର 3 4 ଜଣ ଦଲାଲ ଓ 117 ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ

ପ୍ରଶ୍ନ ଉଠାଇବା ସହ ମାଷ୍ଟରମାଇଣ୍ଡ କେବେ ଗିରଫ ହେବେ ବୋଲି ସଂଗଠନ ଆବାହକ ବିଭୁତି ମହାପାତ୍ର

ପ୍ରଶ୍ନ ଉଠାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande