ରାଉରକେଲା, ୧୭ ଅକ୍ଟୋବର (ହି.ସ.)- ଝରଣାରେ ଗୋଡ ଖସି ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ।
ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନିକଟ ଘାଘରା ଝରଣାକୁ ଆଜି ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିବା ବେଳେ ଗୋଡ ଖସି ଯିବାରୁ ଏମାନେ ଝରଣାରେ ବୁଡି ଯାଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ । ଦୁଇ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ୨ ମୃତକ ରାଉରକେଲା ସହରର ଏକ ଘରୋଇ ସ୍କୁଲର ଛାତ୍ର ବୋଲି ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସ୍ଥାନରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଏବଂ ଅନେକ ଛାତ୍ରଛାତ୍ରୀଙ୍କ ଅକାଳରେ ମୃତ୍ୟୁ ଘଟୁଥିବାର ନଜିର୍ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ