ସିବିଚ୍ ଥାନା ପକ୍ଷରୁ ୪ ବାଇକ ଜବତ : ୨ ଗିରଫ
ପୁରୀ, ୧୭ ଅକ୍ଟୋବର (ହି.ସ.)- ପୁରୀ ସହରରେ ଦିନକୁ ଦିନ ବିଭିନ୍ନ ଗହଳି ସ୍ଥାନରୁ ବାଇକ ଓ ସ୍କୁଟି ଚୋରି ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଚୋରି ଉପରେ ସତର୍କ ନଜର ରଖିଥିଲା । ଗତ ୫ ତାରିଖରେ ପେଣ୍ଠକଟା ବିଜୁ ନଗରର ରାମଚନ୍ଦ୍ର ଓଝା ସିବିଚ୍ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ
ସିବିଚ୍ ଥାନା ପକ୍ଷରୁ ବାଇକ ଜବତ ୨ ଗିରଫ


ପୁରୀ, ୧୭ ଅକ୍ଟୋବର (ହି.ସ.)- ପୁରୀ ସହରରେ ଦିନକୁ ଦିନ ବିଭିନ୍ନ ଗହଳି ସ୍ଥାନରୁ ବାଇକ ଓ ସ୍କୁଟି ଚୋରି ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଚୋରି ଉପରେ ସତର୍କ ନଜର ରଖିଥିଲା । ଗତ ୫ ତାରିଖରେ ପେଣ୍ଠକଟା ବିଜୁ ନଗରର ରାମଚନ୍ଦ୍ର ଓଝା ସିବିଚ୍ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ସେପ୍ଟେମ୍ବର ୨୫ରେ ଧୁସର ରଙ୍ଗର ଓଡି ୧୩ ଡବ୍ଲୁ ୮୯୧୬ ଆକ୍ଟିଭା ସ୍କୁଟି ପେଣ୍ଠକଟା ପେଟ୍ରୋଲ ପମ୍ପ ଛକରେ ରଖିଥିଲେ । କିଛି ସମୟ ପରେ ସେହି ସ୍କୁଟିକୁ ଚୋରି ହୋଇଯାଇଥିବା ଜଣାପଡିଲା । ଏ ସମ୍ପର୍କରେ ରାମଚନ୍ଦ୍ର ସିବିଚ୍ ଥାନାରେ ଏତଲା କରିଥିଲେ। ପୋଲିସ ୨୯୦/୨୫ରେ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିଲା । ଅନୁସନ୍ଧାନ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ଯାୟରେ ଗୋଟିଏ ଚୋରି ସ୍କୁଟି ଖୋଜୁ ଖୋଜୁ ୪ଟି ବାଇକ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି । ଆଜି ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ବଘା ଗ୍ରାମର ଅଜୟ ଭୋଇ (୨୫) ଓ କୋଣାର୍କ ରାମଚଣ୍ଡୀ ଥାନା ବାଁବରଡା ଗ୍ରାମର ପ୍ରକାଶ କୁମାର ବାରିକ (୨୬)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଚୋରି ସେମାନେ କରିଥିବା ସ୍ବୀକାର କରିଛନ୍ତି । ତାଙ୍କ ଠାରୁ ଓଡି ୩୩ ଡବ୍ଲୁ ୩୪୯୭ ହିରୋ ଡିଲକ୍ସ ବାଇକ, ଓଆର ୦୨ୱାଇ ୦୪୨୧ ହିରୋହୋଣ୍ଡା ସ୍ପ୍ଲେଣ୍ଡର, ଓଡି ୧୩ ଏ ୩୯୭୨ ହୋଣ୍ଡା ଡ୍ରିମ୍ ଯୋଗ ବାଇକ୍,ଓଡି ୧୩ଡବ୍ଲୁ ୮୯୧୬ ସ୍କୁଟି ଓ ଗୋଟିଏ ଗାଡି ଇଞ୍ଜିନ ନମ୍ବର ଜେଏ ୦୬ ଇଆର ୧ସିଏମ ୫୦୦୨୧ ଜବତ କରିଛି । ଏ ସମ୍ପର୍କରେ ଆଜି ସିବିଚ୍ ଥାନାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର ଓ ସିବିଚ୍ ଥାନା ଆଇଆଇସି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande