କେନ୍ଦୁଝର, ୧୭ ଅକ୍ଟୋବର(ହି.ସ.) – ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚମ୍ପୁଆ ନଗର ତରଫରୁ ଚମ୍ପୁଆ ଟାଉନ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ ଟାଉନ ୟୁନିଟ୍ ର ସଭାପତି ଭାବେ ରାଜ୍ କିଶୋର ମହନ୍ତ ତଥା ଉପସଭାପତି ଭାବେ ପ୍ରଲ୍ହାଦ ମହାନ୍ତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଟାଉନ ୟୁନିଟ୍ ସମ୍ପାଦକ ଭାବରେ ଶୁଭମ୍ ଶେଖର ସାହୁ ଏବଂ ସହ ସମ୍ପାଦକ ଭାବେ ଜୟଶ୍ରୀ ନାୟକ ଏବଂ ଅଭିଷେକ ବାରିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଟାଉନ ଏସ.ଏଫ୍.ଏସ ପ୍ରମୁଖ ଭାବରେ ରଞ୍ଜନ ମହାନ୍ତ ଏବଂ ରଶ୍ମି ମହାକୁଡ, ଟାଉନ ଏସ. ଏଫ୍ .ଡି ପ୍ରମୁଖ ଭାବେ ଜୀବନ ଦୀପ ପ୍ରଧାନ , ସୁଭଦ୍ରା ନାୟକ ,ଟାଉନ ଆର. କେ. ଏମ ପ୍ରମୁଖ ଭାବେ ଶ୍ରୁତି ମହାନ୍ତି ଏବଂ ବିପ୍ଳବ ଦେ, ଟାଉନ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଉତ୍କଳ କେଶରୀ ବେହେରା ଏବଂ ସତ୍ୟଜିତ ମହାରଣାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଖେଲୋ ଭାରତ ସଂଯୋଜକ ଭାବେ ରାହୁଲ ବେହେରା ଏବଂ ପ୍ରିୟଙ୍କା ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଜନଜାତି ପ୍ରମୁଖ ଭାବେ କ୍ଷୀରୋଦ ମୁଣ୍ଡା ଏବଂ ନିଶା ଲୋହାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ପ୍ରିଂଟ ଏବଂ ପବ୍ଲିକେସନ ପ୍ରମୁଖ ଭାବେ ମୀରା ମହାକୁଡ ଏବଂ ବିକାଶ ମହାନ୍ତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଶିଶୁ ମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ , ଶିକ୍ଷା ବିକାଶ ସମିତିର ଉତର ସମ୍ଭାଗ ସଂଯୋଜକ ଗଙ୍ଗାଧର କର , ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚମ୍ପୁଆ ଖଣ୍ଡ ର କର୍ଯ୍ୟବାହ ଦୁଷ୍ମନ୍ତ କୁମାର ମହାନ୍ତ,ପୂର୍ବତନ ନଗର ସଭାପତି ଗିରିଜା ଶଙ୍କର କର, ପୂର୍ବ କ୍ଷେତ୍ର ଏସ .ଏଫ୍ .ଏସ ସଂଯୋଜକ ଅଜିତ କୁମାର ମହାନ୍ତ ଏବଂ ଜିଲ୍ଲା ସଂଯୋଜକ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସ୍ୱରାଜ କେତନ ମହାନ୍ତ ତଥା ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA