କନ୍ଧମାଳ, ୧୭ ଅକ୍ଟୋବର (ହି.ସ.)- କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନୀତି ଆୟୋଗ ଅନ୍ତର୍ଗତ, ଆକାଂକ୍ଷି ଜିଲ୍ଲା ପ୍ରଭାରୀ, ଡ.ପ୍ରମୋଦ ମେହେର୍ଦ୍ଦା ଗୁରୁବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀରେ ପହଞ୍ଚି ଫୁଲବାଣୀ ମେଡିକାଲ କଲେଜ ର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ପାଢୀ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜି ଫୁଲବାଣୀ ଇ ଲାଇବ୍ରେରୀ ଠାରେ ଥିବା ସିଭିଲ୍ ସର୍ଭିସ୍ କୋଚିଂ ସେଣ୍ଟର ସମେତ ବିଭିନ୍ନ ସ୍ଥାନରେ ପହଞ୍ଚି ବୁଲି ଦେଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ