ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ପୂର୍ବତନ ବିଜେଡି ନେତା ତଥା ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ସହ ଦୁଇ ଜାମିନଦାର ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ସହ ପାସପୋର୍ଟକୁ କୋର୍ଟରେ ଜମା କରିବା ସହ ଅଭିଯୋକାରୀଙ୍କୁ ଧମକ ନ ଦେବାକୁ ସର୍ତ ରଖିଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୭ ତାରିଖ ରେ ଅମରେଶ ଓରଫ ବାଇଁୟାଙ୍କୁ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭ ନଷ୍ଟ ମାମଲା ରେ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ବାଇଁୟାଙ୍କ ୫ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ୫ ସହଯୋଗୀଙ୍କୁ ଜାମିନ ମିଳି ସାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା