ଦଦରା କୁଡ଼ିଆ ପଲିଥିନ ତଳେ ପଡି ରହିଛନ୍ତି ବୃଦ୍ଧ ଦମ୍ପତି
ଜୟପୁର, ୧୭ ଅକ୍ଟୋବର (ହି.ସ.)- ଭଙ୍ଗା ଦଦରା କୁଡ଼ିଆରେ ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ଏମାନଙ୍କ ପାଇଁ ଆବାସ ଯୋଜନା ସତେ ଯେମିତି ସାତ ସପନ । ପରିଣତ ବୟସରେ ଘର ଖଣ୍ଡିଏ ପାଇଁ ଦମ୍ପତି କରିଛନ୍ତି ଆକୁଳ ନିବେଦନ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ବୈପା
ଦଦରା କୁଡ଼ିଆ ପଲିଥିନ ତଳେ ପଡି ପଡିରହିଛନ୍ତି  ବୃଦ୍ଧ ଦମ୍ପତି


ଜୟପୁର, ୧୭ ଅକ୍ଟୋବର (ହି.ସ.)- ଭଙ୍ଗା ଦଦରା କୁଡ଼ିଆରେ ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ଏମାନଙ୍କ ପାଇଁ ଆବାସ ଯୋଜନା ସତେ ଯେମିତି ସାତ ସପନ । ପରିଣତ ବୟସରେ ଘର ଖଣ୍ଡିଏ ପାଇଁ ଦମ୍ପତି କରିଛନ୍ତି ଆକୁଳ ନିବେଦନ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଦାନ୍ଦରଖଲ ଗାଁ ରେ ।

ଗାଁ ର ବୃଦ୍ଧ ଦଂପତି ସୁନାଧର ଖିଲ ଏବଂ ପତ୍ନୀ ନୟନା ଖିଲଙ୍କ ଅସହାୟ ଅବସ୍ଥାରେ କାଟୁଛି ଜୀବନ । ଦୃଷ୍ଟି ବାଧିତ ପତ୍ନୀଙ୍କୁ ନେଇ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି ସୁନାଧାର । ସେମାନଙ୍କ ଘର କହିଲେ କେଇ ଖଣ୍ଡ କାଠରେ ମାଟିଝାଟିରେ ନିର୍ମିତ ଛୋଟ କୁଡ଼ିଆ । ଘରର ଛାତ କହିଲେ ପଲିଥିନ । ଦଶ ବର୍ଷ ହେଲା ଏଭଳି ଭଙ୍ଗା କୁଡ଼ିଆରେ ପଲିଥିନ ତଳେ ପଡି ରହିଛନ୍ତି ବୃଦ୍ଧ ଦମ୍ପତି । ଘର ଭିତରେ ଦିନରେ ସୂର୍ଯ୍ୟ ରାତିରେ ତାରା ଦେଖାଯାନ୍ତି କ୍ଷ ଗୋଟିଏ ସ୍ଥାନରେ ହିଁ ଖାଇବା, ଶୋଇବା ଓ ରହିବା । ବର୍ଷା ହେଲେ ଘର ଭିତରେ ପାଣି ଲହଡ଼ି ଭାଙ୍ଗୁଛି। ଏମାନଙ୍କ ପାଖରେ ସରକାରୀ ଯୋଜନା ଅପହଂଚ । ବୟସର ଅପରାହ୍ନରେ ଘର ଖଣ୍ଡିଏ ପାଇଁ ଦାବୀ କରିଛନ୍ତି ସୁନାଧର ଖିଲ ଓ ନୟନା ଖିଲ । ଏହି ଅସହାୟ ପରିବାରକୁ ସରକାରୀ ଯୋଜନା କହିଲେ ବାର୍ଦ୍ଧକ୍ୟ ଭତା ଏବଂ ୧୦ କିଲୋ ଚାଉଳ । କିନ୍ତୁ, ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ବହୁବାର ଦାବୀ କରିଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘର ଖଣ୍ଡେ ମିଳିଲା ନାହିଁ । ଘରର ପରିସ୍ଥିତି ଦେଖିଲେ କୌଣସି ସମୟରେ ଘର ଭାଙ୍ଗି ଯିବାର ଆଶଙ୍କା ରହିଛି । ସ୍ଥାନୀୟ ବାସିନ୍ଦା ତଥା ପୂର୍ବତନ ୱାର୍ଡ ସଭ୍ୟ ଲୋଇଚନ ମାଝୀଙ୍କ କହିବା ଅନୁଯାୟୀ, ଏବେ ଡବଲ ଇଂଜିନ ସରକାର ଶାସନ କାଳରେ ଏହି ଅସହାୟଙ୍କୁ ଘର ଯୋଗାଇ ଦେଲେ ପ୍ରକୃତ ହିତାଧିକାରୀ ପାଖରେ ଯୋଜନା ସଫଳ ହୋଇଥାନ୍ତା ।

ଏନେଇ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭରତ ଖରା କହିଛନ୍ତି ଯେ, ଅସହାୟ ବିଧବା, ବିକଳାଙ୍ଗ ପରିବାର ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନା ରହିଛି । ଏହି ବୃଦ୍ଧ ଦମ୍ପତିଙ୍କୁ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଘର ଯୋଗାଇ ଦିଆଯିବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande