ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳିତ
ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ
Antarjatika Shishu Kanya divas Palita


ବାରିପଦା, ୧୭ ଅକ୍ଟୋବର (ହି.ସ.)- ସ୍ଥାନୀୟ ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ବାଲେଶ୍ଵର ସାମାଜିକ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଙ୍ଗିରିପୋଷି ଓ କୁଳିଅଣା ବ୍ଲକରୁ ଆସିଥିବା ବାଳିକା ଓ ମହିଳା ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ ଫିତା କାଟି ଉଦଘାଟନ କରିଥିଲେ। ସଂସ୍ଥାର ସଂଯୋଜକ ବଳରାମ ବେହେରାଙ୍କ ପୌରହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ବାଙ୍ଗିରିପୋଷି ବ୍ଲକ ସିଡିପିଓ ଜୟଶ୍ରୀ ସିଟ, ଜିଲ୍ଲା କଲ୍ୟାଣ ବିଭାଗ ଅଫିସର ଅଞ୍ଜଳି ଦାସ, ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ, ସଂସ୍ଥା ନିର୍ଦେଶକ ରାୟ ଆଣ୍ଟନୀ କେ, ପ୍ରକଳ୍ପ ସଂଯୋଜିକା ଜୟସ୍ମିତା ଦାସ, ଶିଲୁ ସାହା, ଶାନ୍ତିଲତା ଭୂୟାଁ ଓ ଅନିତା ପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନେ ଦିବସର ମହତ୍ୱ ସମ୍ପର୍କରେ ମତପ୍ରକାଶ କରିଥିଲେ। ଏହା ସହିତ ସମାଜରେ ଘଟୁଥିବା ଶିଶୁ ନିର୍ଯାତନାକୁ ପ୍ରତିରୋଧ କରିବା ପାଇଁ ଥିବା ବିଭିନ୍ନ ଆଇନ ବ୍ୟବସ୍ଥା ବାବଦରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବାଙ୍ଗିରିପୋଷି ଓ କୁଳିଅଣା ବ୍ଲକରୁ ଆସିଥିବା ଶତାଧିକ ସୁରକ୍ଷା ପ୍ରକଳ୍ପ କିଶୋରୀ ମାନଙ୍କୁ ସଂସ୍ଥାର ନିର୍ଦ୍ଦେଶକ ଧନ୍ୟବାଦ ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

କାର୍ଯ୍ୟକ୍ରମ ପରିଶେଷରେ ସଂଯୋଜିକା ଶାନ୍ତିଲତା ଭୂୟାଁ ଉପସ୍ଥିତ ଅତିଥି, ଅଧିକାରୀ, ବାଳିକା ଓ ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande