ବଲାଙ୍ଗୀର, ୧୭ ଅକ୍ଟୋବର(ହି.ସ.) – ଗତ ଦୁଇ ମାସ ହୋଇଯିବ ବଲାଙ୍ଗୀର ଦେଓଗାଁ ଗବ୍ଲକ ଉପରଝର ଗ୍ରା.ପ. ର ରେଙ୍ଗାଲି, ଫଟାମୁଣ୍ଡା, ନୁଆପାଲି, ଉପରଝର, କୁହିମୁଣ୍ଡା ଗାଁର ଚାଷୀମାନଙ୍କ ଜୀବନ ବେହାଲ କାରଣ ଦୁଇମାସ ହୋଇଯିବ ରେଙ୍ଗାଲିରେ ଲାଇଟ ଖୁମ୍ବ ଏବଂ ତାର ପଡି ଯାଇଥିବାରୁ ଚାଷୀମାନଙ୍କର ଅନେକ ଅସୁବିଧା ହେଉଛି। ରେଙ୍ଗାଲି ର ସୁପ୍ଲେ ପାଣି ବନ୍ଦ ହୋଇଯାଇଛି ଏବଂ ରେଙ୍ଗଲି, ଫଟାମୁଣ୍ଡା, କୁହିମୁଣ୍ଡା, ଉପରଝର ଏବଂ ନୁଆପାଲି ଏହି ପାଂଚ ଖଣ୍ଡ ଗାଁ ର ହାରାହାରି ୬୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଚାଷ ଜମିକୁ ବିଜୁଳି ଯିବା ବନ୍ଦ ହୋଇଯାଇଥିବାରୁ ସହସ୍ର ଏକର ଜମିର ଚାଷ ମଧ୍ୟ ମରିବାକୁ ଯାଉଛି। ଚାଷୀମାନେ ଅଧିକାରୀଙ୍କୁ ଜଣାଇଲେ ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ। ଯାହା ଫଳରେ ଚାଷୀ ହତାଶ। ଶେଷରେ ଚାଷୀମାନେ ଏହି ସବୁ ସମସ୍ୟା ଆପ୍ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କୁ ଜଣାଇଥିଲେ। ଶ୍ରୀ ପାଣ୍ଡେ ବଲାଙ୍ଗୀର ସପରିଟେଣ୍ଡେଣ୍ଟ ଅଫ୍ ଇଲେକ୍ଟ୍ରି ବଲାଙ୍ଗୀର(ଏସ୍ଇ) ଆଶିଷ କୁମାର ପଣ୍ଡାଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇ ଆଜି ଏସ୍ଇ ବଲାଙ୍ଗିରଙ୍କୁ ଚାଷୀମାନଙ୍କ ସହିତ ଆପ୍ ନେତା ପାଣ୍ଡେ ସାକ୍ଷାତ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ। ବଲାଙ୍ଗୀର ଏସ୍ଇ ଶ୍ରୀ ପାଣ୍ଡେ ସାକ୍ଷାତ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ। ଉତରରେ ବଲାଙ୍ଗୀର ଏସ୍ଇ ଶ୍ରୀ ପଣ୍ଡା ଚାଷୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ କହି ସାଙ୍ଗେ ସଙ୍ଗେ ଏସ୍ଡିଓ ତୁଷୁରା କୁ କଲ୍ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ଆଦେଶ ଦେଇଥିଲେ ଏବଂ ପ୍ରତିଶୃତି ଦେଇଥିଲେ ସମସ୍ୟାର ସମାଧାନ ଖୁବଶିଘ୍ର ହେବ ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ