ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଉ ପ୍ରା ବିଦ୍ୟାଳୟ ପରିସର ରେ ରେ ବାଲିପାଟଣା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରୂପକ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପଂଚାୟତ ର ସରପଂଚ ସରିତା ମହାନ୍ତି, ମୂଖ୍ୟ ବକ୍ତା ଭାବେ ପଂଚାୟତ ର ସମିତିସଭ୍ୟ ବିଦ୍ୟାଧର ରାଉତ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ରାଉତ, ସାମ୍ବାଦିକ ପ୍ରଦିପ କୁମାର ମହାପାତ୍ର, ଅବସର ପ୍ରାପ୍ତ ସିକ୍ଷକ ପ୍ରଫୁଲ ସାହୁ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଗ୍ରସେନ ବେହେରା,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତପନ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସୁରଭି ମାଧ୍ୟମରେ କୁନି କୁନି ଛାତ୍ର ଛାତ୍ରୀ ମାନେ ନିଜର ପ୍ରତିଭା କୁ ପରିପ୍ରକାଶ କରି ପାରିବାର ଏକ ମାଧ୍ୟମ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଭାଗର ଅଂଶ ଗ୍ରହଣ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ।ପରେ କୃତୀ ପ୍ରତିଯୋଗୀ କୁ ପୁର ସ୍କୃତ କରାଯାଇଥିଲା। ପ୍ରକାଶ ଥାଉକି କ୍ଲଷ୍ଟର ୮ ଟି ବିଦ୍ୟାଳୟ ର ୧୩୦ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ। ଏବଂ ବ୍ଲକ ସ୍ତର କୁ ମନୋନିତ ହୋଇଥିଲେ। ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ପୋଷାକ ବିତରଣ କରା ଯାଇଥିଲା ।ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ କଙ୍ଗେ ରାମ ମାଝି, ଅଭିଷେକ ମହାପାତ୍ର,ଅବନୀ ରାଉତ,ସସ୍ମିତା ପଣ୍ଡା, ସରସ୍ୱତୀ ନାୟକ,ରଶ୍ମିରଂଜନ ମହାନ୍ତି,ହିରାଲାଲ ପତି, ଯେନେରେଟର ହେମ୍ରମ,ରଞ୍ଜନ ପରିଡ଼ା,ସତ୍ୟ ମାଝି, ଦାସରଥି ଜେନା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ