ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିନ ଅବସରରେ ଏହି ବ୍ଲକ୍ ର ପ୍ରସିଦ୍ଧ ଶୈବପୀଠ ଅଣିଜୋ ସିନ୍ଧୁକେଶ୍ୱର ମହାଦେବଙ୍କ ପୀଠରେ ବିଜେଡି ପକ୍ଷରୁ ନବୀନଙ୍କ ଦୀର୍ଘାୟୁ କାମନା କରି ସମୂହ ଦୀପଦାନ କରା ଯାଇଥିଲା । ବିଧାୟକ ସଞ୍ଜୀବ ମଲ୍ଲିକ୍, ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବରିଷ୍ଠ ନେତା ପ୍ରଶାନ୍ତ ଦାଶ, ବିଜେଡି ବ୍ଲକ୍ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟସାଧନ ବେଜ, ୧୪ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ, ପୂର୍ବତନ ସରପଚଂ ବନମାଳି ବେହେରା, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ମହାନ୍ତିପଡା ସରପଚଂ ନିହାର ରଞ୍ଜନ ପଣ୍ଡା, ଯୁବନେତା ବସନ୍ତ ପତି, ଦୀପକ ମହାନ୍ତି, ସମିତିସଭ୍ୟା ଜ୍ୟୋର୍ତିର୍ମୟୀ ପଣ୍ଡା, ନିର୍ମଳ ନାୟକ, ମନ୍ମଥ ଦାସ, ପହଲି ରାଉତ୍, ଗଗନ ବିହାରୀ ସିଂ,ବାପି ପାଣିଗ୍ରାହୀ ପ୍ରମୁଖ ଏଥିରେ ସାମିଲ୍ ଥିଲେ । ପରେ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଅଣିଜୋ,ଚାରିଗାଁ, ଚକ୍ରାପାଢୀ, ବାଲିପୋଖରୀ ହୋଇ ଶେଷରେ ଇଟୁଆ ଠାରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଗତ ୨୪ ବର୍ଷର ବିଜେଡି ସରକାର ଗୁଣଗାନ କରାଯାଇଥିବା ବେଳେ ବର୍ତମାନର ବିଜେପି ସରକାରର କାର୍ଯ୍ୟକ୍ରମକୁ ନିନ୍ଦା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ