ବିଏମସି ପକ୍ଷରୁ ମିଠା ଦୋକାନରେ ଚଢାଉ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ)- ଦୀପାବଳୀ ପୂର୍ବରୁ ବିଏମସି ପକ୍ଷରୁ ଶୁକ୍ରବାର ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ କରାଯାଇଛି। ମିଠାର ମାନ ସହ ହାଇଜିନ ଉପରେ ଗୁରୁତ୍ୱ ଦେଉଛି ବିଏମସି। ସ୍ୱଚ୍ଛତା ଠିକ ନଥିବାରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଏକ ମିଠା ଦୋକାନୀଙ୍କଠାରୁ ୫୦୦୦ ଟଙ୍କା ଜରିମାନା ଆ
ବିଏମସି ପକ୍ଷରୁ ମିଠା ଦୋକାନରେ ଚଢାଉ


ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ)- ଦୀପାବଳୀ ପୂର୍ବରୁ ବିଏମସି ପକ୍ଷରୁ ଶୁକ୍ରବାର ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ କରାଯାଇଛି। ମିଠାର ମାନ ସହ ହାଇଜିନ ଉପରେ ଗୁରୁତ୍ୱ ଦେଉଛି ବିଏମସି। ସ୍ୱଚ୍ଛତା ଠିକ ନଥିବାରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଏକ ମିଠା ଦୋକାନୀଙ୍କଠାରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରଯାଇଛି। ମିଠା ନମୁନା ବି ସଂଗ୍ରହ କରାଯାଇଛି। ଏବେ ସୁଦ୍ଧା ଦୁଇଟି ଦୋକାନକୁ ୭୫୦୦ ଟଙ୍କା ଫାଇନ କରିଛି ବିଏମସି। ସେହିପରି ମେ ଫେୟାର ଛକ ନିକଟରେ ଥିବା ଗାଙ୍ଗୁରାମ ମିଠା ଦୋକାନରେ ମଧ୍ୟ ଚଢାଉ ହୋଇଛି। ମିଠାରେ ରଙ୍ଗ ମିଶାଇବା ସହ ଏକ୍ସପାରୀ ତାରିଖ ଓ ମ୍ୟାନୁ ଫ୍ୟାକଚର ତାରିଖ ଲେଖା ହୋଇନଥିବାରୁ ଯାଂଚ ସହ ଫାଇନ କରାଯାଇଛି। ଫୁଡ୍ ସେଫଟି କମିଶନର ସତ୍ୟଜିତ ପଟେଲ କହିଛନ୍ତି ଲୋକେ ଖରାପ ଖାଦ୍ୟ ଖାଇ ସ୍ୱାସ୍ଥ୍ୟ ନ ହେଉ ସେ ନେଇ ବିଏମସି ଏଭଳି ପଦକ୍ଷେପ ନେଇଛି। ଦୋକାନୀ ନିଜେ ସର୍ତକତା ଅବଲମ୍ବନ ନକଲେ ଫାଇନ ପଡିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande