ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ସୋସୋ ଥାନା ଅଧିନ ବାଲିବରେଇ କ୍ଲଷ୍ଟର ଅଧିନରେ ଥିବା ବିଦ୍ୟାଳୟ ସମୂହ କୁ ନେଇ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସରକାରୀ ୟୁଜିୟୁପି ବିଦ୍ୟାଳୟ ବିଦ୍ୟାଧରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ର ସଂଯୋଜକ ବିଶ୍ୱଜିତ୍ ରାଉତ୍ ଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା । ସଭାରେ ବାଲିବରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପୂର୍ଣ୍ଣା ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଇଚଂଳ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ସାହିତ୍ୟିକ ଚର୍ତୁଭୂଜ ପହି, ସମ୍ମାନିତ ଅତିଥି ଶିକ୍ଷାବିତ୍ ନିତ୍ୟାନନ୍ଦ ନାୟକ, ବିଜୟ କୁମାର ଜେନା ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ । ସାଧନକେନ୍ଦ୍ର ଅଧିନସ୍ଥ ୧୧ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ବକୃତା, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଏ.ସି.ବି. ଫାଉଣ୍ଡେସନ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ କଷ୍ଟର ଅଧିନସ୍ଥ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସକୁନ୍ତଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ