ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ର ୧୦୬ ତମ ବାର୍ଷିକ ପାଳନ ପରିପ୍ରେକ୍ଷୀରେ ସିପିଆଇ(ଏମ) ପକ୍ଷରୁ ଲାଲ୍ ପତାକା ଉତୋଳନ
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ର ୧୦୬ ତମ ବାର୍ଷିକ ପାଳନ ପରିପ୍ରେକ୍ଷୀରେ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଚାନ୍ଦବାଲି ବସଷ୍ଟାଣ୍ଡ ଠାରେ ଲାଲ୍ ପତାକା ଉତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ)ର ବରିଷ୍ଠ ନେତା ରବି ପଟ୍ଟନାୟ
CPIM LAL PATAKA UTOLLAN


ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ର ୧୦୬ ତମ ବାର୍ଷିକ ପାଳନ ପରିପ୍ରେକ୍ଷୀରେ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଚାନ୍ଦବାଲି ବସଷ୍ଟାଣ୍ଡ ଠାରେ ଲାଲ୍ ପତାକା ଉତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ)ର ବରିଷ୍ଠ ନେତା ରବି ପଟ୍ଟନାୟକ ଲାଲ୍ ପତାକା ଉତୋଳନ କରିଥିଲେ । ପରେ ଏକ ସାଧାରଣ ବୈଠକ ସିପିଆଇ(ଏମ) ବ୍ଲକ କାର୍ଯ୍ୟାଳୟ ପରିସରରେ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ବୈଠକରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଯୋଗଦେଇ ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାର ପୃଷ୍ଠଭୂମି, କମ୍ୟୁନିଷ୍ଟ ପାର୍ଟି ର ଐତିହ୍ୟ, ଭାରତର ଆଜାଦୀ ଆନ୍ଦୋଳନରେ କମ୍ୟୁନିଷ୍ଟ ପାର୍ଟିର ଅବଦାନ, ଶ୍ରେଣୀ ସଂଗ୍ରାମ ଓ ଗଣ ସଂଗ୍ରାମରେ କମ୍ୟୁନିଷ୍ଟ ପାର୍ଟି ର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଭାରତର ଶ୍ରମିକ, କୃଷକ, ଶୋଷିତ ଜନଗଣଙ୍କ ସଂଗ୍ରାମର ପ୍ରତୀକ ଭାବେ ବର୍ତମାନ ସିପିଆଇ(ଏମ) ସାରା ଦେଶରେ ଠିଆ ହୋଇଛି ଓ ଓଡିଶାରେ ଗରିବ ଓ ଶୋଷିତ ମଣିଷଙ୍କ ପାଇଁ ଜମି, କାମ , ଖାଦ୍ୟ, ନିଯୁକ୍ତି ଓ ଉପଯୁକ୍ତ ମଜୁରୀ ପାଇଁ ସିପିଆଇ(ଏମ) ଲଢେଇ ଜାରି ରଖିଛି ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ଐତିହାସିକ ଋଷ ବିପ୍ଲବ ପରେ ପରେ ୧୯୨୦ ମସିହା ଅକ୍ଟୋବର ୧୭ ତାରିଖ ଋଷ ଦେଶର ତାସକେଂଟ ଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି ର ନେତା ଏମ୍ ଏନ୍ ରାୟ, ଏଭିଲିନ ଟ୍ରେଂଟ ରାୟ, ଅବନୀ ମୁଖାର୍ଜୀ, ରୋଜା ଫିଟିଂ ଅଫ, ମହମ୍ମଦ ସଫୀକ, ମହମ୍ମଦ ଅଲ୍ଲୀ ଓ ଏମ୍ ଟି ପି ଆଚାର୍ଯ୍ୟା ପ୍ରଥମେ ଏହି ଗୌରବମୟ ପାର୍ଟି ର ଭାରତୀୟ ଶାଖା ପ୍ରତିଷ୍ଠା କରିଥିଲେ ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ଏହି ଆଲୋଚନାରେ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ସଭ୍ୟ ମଳୟ ଭୋଇ, ଅଶୋକ ବେହେରା, ସୃଷ୍ଟିଧର ବିଶ୍ୱାଳ, ବରିଷ୍ଠ ନେତା ଘନଶ୍ୟାମ ଦାସ, ଫକୀର ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ମହିଳା ନେତ୍ରୀ ଅନଶୂୟା ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande