ସୁବର୍ଣ୍ଣପୁର, ୧୭ ଅକ୍ଟୋବର (ହି.ସ.)- ଓରମାସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ନିକଟରେ ସୁବର୍ଣ୍ଣପୁର ଜିଲ୍ଲାର ଦୀପାବଳୀ ଉତ୍ସବର ବିକ୍ରୟ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ନୃପରାଜ୍ ସାହୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଦୋକାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମାନକ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବିକ୍ରୟ ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ଟେରାକୋଟା, ଧୂପକାଠି, ହାତ ତିଆରି ମାଟି ଦୀପ ଓ ସାମଗ୍ରୀକୁ ଦେଖିଥିଲେ ଏବଂ ଉପସ୍ଥିତ ଉତ୍ପାଦକ ଗୋଷ୍ଠୀର ସଦସ୍ୟ/ ସଦସ୍ୟା ମାନଙ୍କୁ ଲୋକଙ୍କ ଚାହିଦା ମୁତାବକ ସାମଗ୍ରୀ ତିଆରି କରି ବିକ୍ରୟ କରିବା ପାଇଁ ଉତ୍ସାହିତ କରିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ଯୋଗଦେଇ ଉତ୍ପାଦକ ଗୋଷ୍ଠୀର ସଦସ୍ୟ/ସଦସ୍ୟା ମାନଙ୍କୁ ଟେରାକୋଟା ଓ ଧୂପକଠି ସାମଗ୍ରୀର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓରମାସ, ସୁବର୍ଣ୍ଣପୁରର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ୍ ପରିଡା, କାର୍ଯ୍ୟନିର୍ବାହୀ ସହାୟକ ଦେବାଶିଷ ମିଶ୍ର, ବିଶ୍ୱମ୍ବର ପରିଡା, ମହେଶ କୁମାର ଦାଶ, ପ୍ରକାଶ ମେହେର ଓ ଅକ୍ଷୟ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଅର୍ଜୁନ ମାଝୀଙ୍କ ସହିତ ସମ୍ବାଦ ପତ୍ର ମାନଙ୍କର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ