ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଅବକାରି ଚଢଉ
ଜୟପୁର, ୧୭ ଅକ୍ଟୋବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଆଜି ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଚଢଉ ଖବର ପାଇ ମଦ ମାଫିଆ ମାନେ
ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଅବକାରି ଚଡାଉ


ଜୟପୁର, ୧୭ ଅକ୍ଟୋବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଆଜି ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢଉ କରିଛି । ଚଢଉ ଖବର ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୮ ଶହ ଲିଟର ପୋଚ ଓ ୨୫୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ, ଡ୍ରମ ଅଦିକୁ ଜବତ କରିଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶରି ହିରଣ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande