ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ଯୋଜନା ସଂପର୍କରେ ଗଣମାଧ୍ୟମ ଦ୍ୱାରା ଅଧିକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶୁକ୍ରବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହା ଦ୍ୱାରା ଅଧିକ ଲୋକ ବିଭିନ୍ନ ଯୋଜନାର ସୁଫଳ ପାଇ ପାରିବେ ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା , ଅଟଳ ନେ୍ସନ ଯୋଜନା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ପ୍ରମୁଖ ଯୋଜନାଗୁଡ଼ିକ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଅନେକ ଲୋକ ଏ ପର୍ଯ୍ୟନ୍ତ ଏହି ଯୋଜନାଗୁଡ଼ିକ ସଂପର୍କରେ ଅଜ୍ଞ ଅଛନ୍ତି। ଯଦି ଗଣମାଧ୍ୟମ ଦ୍ୱାରା ଏସବୁ ଯୋଜନା ସଂପର୍କରେ ଅଧିକ ପ୍ରଚାରପ୍ରସାର କରାଯାଏ, ତେବେ ଏହାଦ୍ୱାରା ଜନସାଧାରଣ ସଚେତନ ହୋଇପାରିବେ ଏବଂ ଅଧିକ ଲୋକ ବିଭିନ୍ନ ଯୋଜନାରେ ସୁବିଧା ହାସଲ କରିପାରିବେ ଏବଂ ଉପକୃତ ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ।
ବିଭିନ୍ନ ଯୋଜନାଗୁଡ଼ିକ ନାଗରିକଙ୍କୁ ଆର୍ôଥକ ସୁରକ୍ଷା, ସାମାଜିକ ସୁରକ୍ଷା ଦେବା ସହ ଭବିଷ୍ୟତରେ ଆବଶ୍ୟକତା ୂରଣ କରି ନାଗରିକ ଜୀବନକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏ ଦିଗରେ ଅଧିକ ସଚେତନତା ସୃଷ୍ଟି ଅଧିକ ଲୋକଙ୍କୁ ସେମାନଙ୍କର ସଂଚୟ, ନେ୍ସନ୍ ଏବଂ ସେମାନଙ୍କର ିଲାମାନଙ୍କ ପାଇଁ ବୀମା କାର୍ଯ୍ୟକ୍ରମରୁ ଲାଭ ପାଇବାକୁ ସକ୍ଷମ କରିପାରିବ, ଯାହା ପ୍ରକାରାନ୍ତରେ ରାଜ୍ୟରେ ପରିବାରଗୁଡ଼ିକର ସ୍ଥିରତା ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ ଏହି କଲ୍ୟାଣକାରୀ ପଦକ୍ଷେପକୁ ଜନସାଧାରଣଙ୍କ ନିକଟରେ ପହଂଚାଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ରାଜ୍ୟପାଳ ରାଜ୍ୟରେ ଜନଜାତିଙ୍କ ବିକାଶ, ଶିକ୍ଷା, ଭିତିଭୂମି, ଗ୍ରାମୀଣ ବିକାଶ, ସ୍ଥାନାନ୍ତର (ଗସଶକ୍ସବଗ୍ଧସକ୍ଟଦ୍ଭ) ଏବଂ ଓଡ଼ିଶାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପ୍ରମୁଖ ବିଷୟ ସହ ରାଜ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ୨୦୩୬ ମସିହା ସୁଦ୍ଧା “ବିକଶିତ ଓଡ଼ିଶା” ଗଠନ ଲକ୍ଷ ହାସଲ କରିବାର ସମ୍ଭାବନା ଉପରେ ଆଲୋକପାତ କରି ଆଗକୁ ଥିବା ଆହ୍ୱାନର ମୁକାବିଲା ଏବଂ ସୁଯୋଗ ବିଷୟରେ ଉଲ୍ଲେଖ କରିଥିଲେ। ଭାରତୀୟ ଜାତୀୟ ରାଜଥ ୍ରାଧିକରଣ (ଏନ୍.ଏଚ୍.ଏ.ଆଇ) ଏବଂ ଭାରତୀୟ ରେଳବାଇ ଦ୍ୱାରା ହାତକୁ ନିଆଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋକପାତ କରି ଏହା ରାଜ୍ୟରେ ନିବେଶ ଓ ବିକାଶକୁ ବୃଦ୍ଧି କରିବ ବୋଲି ରାଜ୍ୟପାଳ କହିଥିଲେ। ଏତଦ୍ବ୍ୟତୀତ “ଉତ୍କର୍ଷ ଓଡ଼ିଶା” କାର୍ଯ୍ୟକ୍ରମ ସମୟରେ ପ୍ରାପ୍ତ ନିବେଶ ପ୍ରସ୍ତାବଗୁଡ଼ିକ ବିଷୟରେ ତଥା ପ୍ରସ୍ତାବିତ ସେମିକଣ୍ଡକ୍ଟର ପ୍ରକଳ୍ପ ସଂପର୍କରେ ରାଜ୍ୟପାଳ ଅବତାରଣା କରି ୨୦୩୬ ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟ ହୋଇ ପାରିବ ବୋଲି କହିଥିଲେ। ଆତ୍ମନିର୍ଭରଶୀଳତା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋ କରି ରାଜ୍ୟପାଳ ଡ. କମ୍ଭମପାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତର ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ। ସମସ୍ତ ବିଭାଗ ଲୋକଙ୍କ ଆବଶ୍ୟକତା ପୂରଣ ଓ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବାକୁ କହିଥିଲେ। ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ଏହାକୁ ରୋକିବାରେ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ କହିବା ସହିତ ସମାଜକୁ ସଚେତନ ହେବାକୁ ପଡ଼ିବ ବୋଲି କହିଥିଲେ। ସ୍ଥାନାନ୍ତର ଆହ୍ୱାନର ମୁକାବିଲା କରିବାରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଆରୋ କରିଥିଲେ। ଜନସାଧାରଣଙ୍କ ନିକଟରେ ବିଭିନ୍ନ ଖବର ଏବଂ ସୂଚନା ପହଂଚାଇବାରେ ଗଣମାଧ୍ୟମର ଅକ୍ଲାନ୍ତ ପ୍ରୟାସ ପାଇଁ ରାଜ୍ୟପାଳ ସେମାନଙ୍କୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରଥମ ଛଅମାସର କାର୍ଯ୍ୟକାଳର ଉଲ୍ଲେଖନୀୟ ପଦକ୍ଷେଗୁଡ଼ିକୁ ପ୍ରଦର୍ଶିତ କରୁଥିବା ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଉକ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା