ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ବରିଷ୍ଠ କଳାକାର ସ୍ୱର୍ଗତ ମହେଶ୍ୱର ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଭଗବାନପୁର ନିକଟସ୍ତ ଇଛଦା ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସେବାନିବୃତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାମଲ ସଂଚାଳକ ଭାବେ ଦାୟିତ୍ୱ ନିଭାଇଥିଲେ ।ସ୍ମୃତିଚାରଣ କରିବାପାଇଁ ପ୍ରଖ୍ୟାତକଳାକାର ବୈଷ୍ଣବ ଶତପଥ୍, କଳାକାର ଗୋବିନ୍ଦ ଚନ୍ଦ୍ର ନନ୍ଦୀ, ପଣ୍ଡିତ ରମାକାନ୍ତ ଜେନା,ନିତ୍ୟାନନ୍ଦ ଦାସ,ହୃଷୀକେଶ ରାଉତ ଓ ବହୁ ବିଶିଷ୍ଟ ବକ୍ତା ଯୋଗଦେଇଥିଲେ ।ଉକ୍ତ ସଭାରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସଂଗେ ସଂଗେ ସ୍ୱର୍ଗତ ଦାସଙ୍କ ଜ୍ୟୋଷ୍ଠପୁତ୍ର ଭାସ୍କର ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ସମସ୍ତ ମହେଶ୍ୱର ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଦୟ ଦାସ,ଅରୁଣ ଦାସ,ଅଶୋକ ଦାସ,ମଧୁସୂଦନ ଦାସ,ମନୋଜ ଦାସ,ରବୀନ୍ଦ୍ର ପତ୍ର,ରତ୍ନାକର ପ୍ରଧାନ,ଜଳଧାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ