ଖଣି ବିଭାଗର ଚଢାଉ, ହାଇୱା ସହ ଟ୍ରାକ୍ଟର ଜବତ
ପାଣିକୋଇଲି, ୧୭ା୧୦: ଖଣି, ପୁଲିସ ଓ ପରିବହନ ବିଭାଗ ଯେତେ ଚଢାଉ ହେଲେ ବି ଚୋରା ବାଲି ଚାଲାଣ ଥମିବାର ନାଁ ଧରୁନି । ଯେତେ ଚଢାଉ ହେଲେ ବି ଚୋରା ଚାଲାଣ ହେଉଛି । ଆଜି ସନ୍ଧ୍ୟାରେ ଖଣି ବିଭାଗ ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ନିକଟସ୍ଥ ବୁଢା ନଦୀରୁ ଚୋରା ବାଲି ଚାଲାଣର ଖବର ପାଇ ଚଢାଉ କରିଥିଲା । ହ
ଖଣି ବିଭାଗର ଚଢାଉ, ହାଇୱା ସହ ଟ୍ରାକ୍ଟର ଜବତ


ପାଣିକୋଇଲି, ୧୭ା୧୦: ଖଣି, ପୁଲିସ ଓ ପରିବହନ ବିଭାଗ ଯେତେ ଚଢାଉ ହେଲେ ବି ଚୋରା ବାଲି ଚାଲାଣ ଥମିବାର ନାଁ ଧରୁନି । ଯେତେ ଚଢାଉ ହେଲେ ବି ଚୋରା ଚାଲାଣ ହେଉଛି । ଆଜି ସନ୍ଧ୍ୟାରେ ଖଣି ବିଭାଗ ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ନିକଟସ୍ଥ ବୁଢା ନଦୀରୁ ଚୋରା ବାଲି ଚାଲାଣର ଖବର ପାଇ ଚଢାଉ କରିଥିଲା । ହେଲେ ଗୋଟିଏ ହାଇୱା ଓ ଗୋଟିଏ ଟ୍ରାକ୍ଟରକୁ ଧରିବାରେ ସକ୍ଷମ ହୋଇଥିଲା । ଉକ୍ତ ଗାଡି ଦୁଇଟିକୁ ପାଣଇକୋଇଲି ଥାନା ଜିମା ଦିଆଯାଇଛି । ହାଇୱାର ଚାଳକ ଖସି ପଳାଇଥିବା ବେଳେ ଉକ୍ତ ଗାଡିଟିକୁ ଖଣି ବିଭାଗ ମେକାନିକ ଡାକି ଗାଡି ପୁଲିସ ଜିମା ଦେଇଛି । ଏହି ଚଢାଉରେ ଜୁନିୟର ଖଣି ଅଧିକାରୀ ଛାୟାକାନ୍ତ ସ୍ୱାଇଁ ଓ ଛାୟାକାନ୍ତ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande