ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ ରେ କାଳୀ ପୁଜା ଅବସରରେ ମାଙ୍କୁ ସପ୍ତ ମାତୃକା ବେଶ ରେ ପୁଜା କରାଯାଇ ଥାଏ। ମା ଙ୍କ ର ସପ୍ତ ମାତୃକା ବେଶ ସହିତ ପୀଠ ରେ ବିଶ୍ୱ ର ଜନ କଲ୍ୟାଣ ନିମନ୍ତେ ଏକ ମହା ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆସନ୍ତା ୨୦ ତାରିଖ ଠାରୁ ମହା ଯଜ୍ଞ ର ଶୁଭାରମ୍ଭ ହେବ। ମହା ଯଜ୍ଞ ର ପ୍ରଥମ ଦିବସ ରେ ମା ବେଦମାତ। ବେଶ ଧାରଣ କରି ପୁଜା ପାଇବେ। ଏଥି ନିମନ୍ତେ ପ୍ରଥମେ ସେବାୟତ ବୈଠକ ହୋଇଥିଲା ପୁଣି ମନ୍ଦିର ପ୍ରଶାସନ ମ୍ୟାନେଜିଙ୍ଗ ଟ୍ରଷ୍ଟି ଭଦ୍ରକ ଜିଲ୍ଲା ଉପଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଜିଲ୍ଲା ର ସବୁ ବିଭାଗ ର ପ୍ରାଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତି ରେ ସେବାୟତ ମାନଙ୍କୁ ବସାଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସପ୍ତ ମାତୃକା ବେଶ ରେ ମାଙ୍କ ର ସାତ ଦିନ ର ବେଶ, ପୁଜା ନୀତି କାନ୍ତି, ମାନସିକ କଳସ ଶୋଭାଯାତ୍ରା, ଯଜ୍ଞ ମଣ୍ଡପ ରେ ବିଦ୍ଧି ଅନୁଯାୟୀ ପୁଜା ଓ ଆହୁତି, ପ୍ରସାଦ ବଂଟନ, ପହୁଡ଼ ଭୋଗ,ତୋରଣ, ଆଲୋକ ବ୍ୟବସ୍ଥା, ଶ୍ରୁଙ୍ଖଳିତ୍ ଦର୍ଶନ ନିମନ୍ତେ ପୋଲିସ ବ୍ୟବସ୍ଥା, ପାନୀୟ ଜଳ, ଯାନ ବାହାନ ପାର୍କିଂ, ମୁଖ୍ୟ ରାସ୍ତା ର ମରାମତି ଆଦି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେବାୟତ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସପ୍ତ ମାତୃକା ବେଶ ର ପ୍ରଥମ ଦିନ ମା ବେଦ ମାତା ବେଶ ରେ ପୁଜା ପାଇବେ, ଦ୍ୱିତୀୟ ଦିନ ମା ଙ୍କ ର ମହାକାଳୀ ବେଶ ଓ ତୃତୀୟ ଦିନ ମା ରାଜରାଜେଶ୍ୱରୀ ବେଶ ରେ ଦର୍ଶନ ଦେବେ। ଚତୁର୍ଥ ଦିନ ମା ସିଂହ ବାହିନୀ ବେଶ ରେ ପୁଜା ପାଇବାକୁ ଥିବା ବେଳେ ପଂଚମ ଦିନ ରେ ମ।ଙ୍କ ର ଜଗଦ୍ଧାତ୍ରୀ ବେଶ ଓ ଷଷ୍ଠ ଦିବସ ରେ ମା ମହା ସରସ୍ୱତୀ ବେଶ ଧାରଣ କରିବେ। ଅନ୍ତିମ ଦିବସ ଆସନ୍ତା ୨୬ ତାରିଖ ରେ ମା ଙ୍କର ମହାଲକ୍ଷ୍ମୀ ବେଶ ସହିତ ମହା ଯଜ୍ଞ ର ପୂର୍ଣ୍ଣ। ହୁତି ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ୨୦୨୬ କୁ ମହାଯଜ୍ଞ ର ୨୫ ବର୍ଷ ପୂର୍ତି ଅବସରରେ ମା ଙ୍କ ର ସୁନା ବେଶ ଅନୁଷ୍ଠିତ ହେବ ବୋଲି ବୈଠକ ରେ ସ୍ଥିର କରାଯାଇଛି। ଏହି ସୁନା ବେଶ ନିମନ୍ତେ ଏବେ ଠାରୁ ଆଗ୍ରହୀ ଭକ୍ତ ମାନେ ଦାନ କରି ପାରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ମା ଙ୍କ ର ସାତ ଦିନ ର ବେଶ କୁ ବେଶକ।ରୀ ସେବକ ପ୍ରାତଃ ୭.୪୫ ମିନିଟ ସୁଦ୍ଧା ସମାପନ କରିବ। ପରେ ଭକ୍ତ ଙ୍କ ନିମନ୍ତେ ସ। ହ ଣ ମେଳା ଦର୍ଶନ ଆରମ୍ଭ ହେବ। ପୀଠ ରେ ମହାଯଜ୍ଞ ଓ ସପ୍ତ ମାତୃ କା ବେଶ ନିମନ୍ତେ ପ୍ରସ୍ତୁତି ପ୍ରୟ ଚୁଡାନ୍ତ ହୋଇ ଥିଲା ବେଳେ ସନ୍ଧ୍ୟା ଠାରୁ ସଂସ୍କୃତିକ କାର୍ଯ୍ୟ କ୍ରମ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଯଜ୍ଞ ର ପ୍ରଥମ ସାଂସ୍କୃତିକ ସନ୍ଧ୍ୟା ରେ ଓଡ଼ିଶା ର ସୁନାମ ଧନ୍ୟ ପାଲା ଗାୟକ ସନାତନ ଦାଶ ପାଲା ପରିବେଷଣ କରିବେ। ବ।ଣ ଫୁଟା ନିମନ୍ତେ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା ବନ୍ଦ ଥିବା ବେଳେ ତୃତୀୟ ସନ୍ଧ୍ୟା ରେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରବଚନ ଦେବେ। ଚତୁର୍ଥ ସନ୍ଧ୍ୟା ରେ ଓଡ଼ିଶୀ, ସମ୍ବଲ୍ ପୁରୀ ଏବଂ ଓଡ଼ିଶା ର ଲୋକ କଥା ଲୋକ ଗୀତ ଉପରେ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଂଚମ, ଷଷ୍ଠ ଓ ସପ୍ତମ ସାଂସ୍କୃତିକ ସନ୍ଧ୍ୟା ରେ ଓଡ଼ିଶା ସରକାର ଙ୍କ ସାଂସ୍କୃତିକ ବିଭାଗ ଦ୍ୱାରା ଭଜନ ସନ୍ଧ୍ୟା, ନୃତ୍ୟ ଓ ଗୀତିନାଟ୍ୟ ପରିବେଶଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପୀଠର ମହା ଯଜ୍ଞ ର ମାନସିକ କଳସ ଶୋଭାଯାତ୍ରା ଠାରୁ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ରେ ସେବାୟତ ମାନଙ୍କ ମଧ୍ୟରେ ଭାଗିରଥୀ ଦୀକ୍ଷିତ, ଅନୁଗ୍ରହ ଦୀକ୍ଷିତ, ପଂଚାନନ ଦୀକ୍ଷିତ, ମନ୍ଦର ଧର ଦୀକ୍ଷିତ, ମଧୁସୂଦନ ଦୀକ୍ଷିତ, ଶେଖର ମହାପାତ୍ର ପ୍ରଫୁଲ୍ଲ ସାହୁ,ବିଜୟ ଦୀକ୍ଷିତ, ନିକୁଞ୍ଜ ଦୀକ୍ଷିତ, ମଦନ ମୋହନ ଦୀକ୍ଷିତ, ପ୍ରଦୀପ ପଣ୍ଡା, ସମର ଦୀକ୍ଷିତ, ଜୀବନ ଦୀକ୍ଷିତ, ପ୍ରଶାନ୍ତ ଦୀକ୍ଷିତ,ଅରବିନ୍ଦ ଦୀକ୍ଷିତ, କୃଷ୍ଣ ପ୍ରସାଦ ଦୀକ୍ଷିତ, ସୁଶାନ୍ତ ପଣ୍ଡା, ଅଜିତ ପଣ୍ଡା, ଅନିଲ ବେହେରା ପ୍ରମୁଖ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ