ମା’ କାଳୀତ୍ରା ଟ୍ରକ୍ ସଂଘ ପକ୍ଷରୁ ଟୋଲଗେଟ୍ ପରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ଟୋଲ ଗେଟ୍ ସମ୍ମୁଖରେ ଦିଆଯାଇଥିବା ଧାରଣା ସ୍ଥଳରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ପରେ ମା’ କାଳୀତ୍ରା ଟ୍ରକ୍ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ଧାରଣା ଦିଆଯାଇଛି। ଗତକାଲି ଭଣ୍ଡାରିପୋଖରୀ ଟୋଲଗେଟ୍ ସମ୍ମୁଖରେ ଧାରଣାରତ ୧୪ ଜଣ ଟ୍ରକ୍ ମାଲ
MAA KALITRA TRUCK SANGHA DHARANA


ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ଟୋଲ ଗେଟ୍ ସମ୍ମୁଖରେ ଦିଆଯାଇଥିବା ଧାରଣା ସ୍ଥଳରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ପରେ ମା’ କାଳୀତ୍ରା ଟ୍ରକ୍ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ଧାରଣା ଦିଆଯାଇଛି। ଗତକାଲି ଭଣ୍ଡାରିପୋଖରୀ ଟୋଲଗେଟ୍ ସମ୍ମୁଖରେ ଧାରଣାରତ ୧୪ ଜଣ ଟ୍ରକ୍ ମାଲିକଙ୍କୁ ପୁଲିସ୍ ଉଠାଇନେଇଥିଲା। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରତିବାଦରେ ଆଜି ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ମିଥ୍ୟା ମାମଲାରେ ଜଡିତ କରାଇ ପୁଲିସ୍ ପକ୍ଷରୁ ଟ୍ରକ୍ ମାଲିକମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ରୁଜୁ କରାଯାଇଥିବା ମାମଲା ଗୁଡିକୁ ପ୍ରତ୍ୟାହାର କରି ୧୪ ଜଣ ଟ୍ରକ୍ ମାଲିକଙ୍କୁ ଖଲାସ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ବୋଲି ଧାରଣାରତ ଟ୍ରକ୍ ମାଲିକ କାଳନ୍ଦୀ ଚରଣ ନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ସେହିପରି କଇଥଖୋଲା ଟ୍ରକ୍ ଆସୋସିଏସନ ପକ୍ଷରୁ ସେମାନଙ୍କ ସଂଘ ବିରୁଦ୍ଧରେ ଦିଆଯାଇଥିବା ଏତଲା ଗୁଡିକୁ ପ୍ରତ୍ୟାହାର କରିବା ସହ ଧାମରା ବନ୍ଦର ମାଲ ପରିବହନ କ୍ଷେତ୍ରରେ ଭଣ୍ଡାରିପୋଖରୀ, ବନ୍ତ ଓ ଧାମନଗର ଥାନା ଅଂଚଳର ଟ୍ରକ୍ ମାଲିକମାନଙ୍କୁ ୧୫ ପ୍ରତିଶତ ସୁଯୋଗ ଦେବା ପାଇଁ ଦାବି ରଖାଯାଇଛି। ପ୍ରକାଶଯୋଗ୍ୟ ମା’ କାଳୀତ୍ରା ଟ୍ରକ୍ ସଂଘ ପକ୍ଷରୁ ଗତକାଲି ଗୁରୁବାର ୧୬ନଂ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲଗେଟ୍ ସମ୍ମୁଖରେ ଧାମରା ବନ୍ଦରରୁ ମାଲ ପରିବହନ ସୁଯୋଗ ଦାବିରେ ଧାରଣା ଦିଆଯାଇଥିଲା। ଖବର ପାଇ ପୁଲିସ୍ ଧାରଣା ସ୍ଥଳରେ ପହଂଚି ସଂଘର ସଭାପତି ସମେତ ୧୪ ଜଣ ଟ୍ରକ୍ ମାଲିକଙ୍କୁ ଉଠାଇନେଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାବ୍ୟତୀତ ଧାରଣାକାରୀଙ୍କ ଦ୍ୱାରା ଅଟକ ଧାମରାରୁ ମାଲ ପରିବହନ କରିଆସିଥିବା ୨୦ଟି ଟ୍ରକ୍‌କୁ ପୁଲିସ୍ ଉଦ୍ଧାର କରିଥିଲା। ଆଜିର ଏହି ଧାରଣାରେ ଅନିରୁଦ୍ଧ ଜେନା, ସ୍ୱୟଂ ପ୍ରସାଦ ଦାସ, ମହେଶ୍ୱର ବାରିକ, ଚନ୍ଦ୍ରକାନ୍ତ ସାହୁ, ଜଗନ୍ନାଥ ନାୟକ ପ୍ରମୁଖ ଟ୍ରକ୍ ମାଲିକମାନେ ସାମିଲ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande