ନିହାରକାନ୍ତ ଜେନାଙ୍କ ପରଲୋକ
ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଦ୍ରକ ସାଉଥ୍ ବିଦ୍ୟୁତ୍ ଡିଭିଜନର ପରିଚାଳକ(ବାଣିଜ୍ୟ) ନିହାର କାନ୍ତ ଜେନାଙ୍କ ୪୮ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛିମାସ ଧରି ମଧୁମେୟ ରୋଗରେ ପୀଡିତ ଥିବା ବେଳେ ପ୍ରଥମେ ଭୁବନେଶ୍ୱର କିମ୍ସ୍ ଓ ପରେ ମଣିପାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କର
NIHARA KANTA JENA NKA FILE PHOTO


ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଭଦ୍ରକ ସାଉଥ୍ ବିଦ୍ୟୁତ୍ ଡିଭିଜନର ପରିଚାଳକ(ବାଣିଜ୍ୟ) ନିହାର କାନ୍ତ ଜେନାଙ୍କ ୪୮ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛିମାସ ଧରି ମଧୁମେୟ ରୋଗରେ ପୀଡିତ ଥିବା ବେଳେ ପ୍ରଥମେ ଭୁବନେଶ୍ୱର କିମ୍ସ୍ ଓ ପରେ ମଣିପାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଗତ ୨୦୦୧ ମସିହାରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୨୦୧୮ ମସିହାରୁ ଏଠାରେ ଅବସ୍ଥାପିତ ହୋଇ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିଲେ । ତାଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇଛି । ମୃତ୍ୟୁଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ସାମିଲ୍ ହୋଇଥିବା ବେଳେ ଭଦ୍ରକ ସର୍କଲ୍ ର ଅଧିକ୍ଷଣ ଯନ୍ତ୍ରୀ ଭୂପେନ୍ଦ୍ର ନାଥ ସାହୁ, ଭଦ୍ରକ ସାଉଥ୍ ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନସ୍ୱିନୀ ସାହୁ ,ଏସଡିଓ ଦିପ୍ତିରଞ୍ଜନ ବିଶ୍ୱାଳ, ଜେଇ ମାନସ ରଞ୍ଜନ ପଣ୍ଡା, ରକ୍ଷାକର ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଯେ ଶ୍ରୀ ଜେନାଙ୍କ ଘର ଖଇରା ବ୍ଲକ୍ ନଚ୍ଛିପୁର ଗ୍ରାମରେ ଆବସ୍ଥିତ । ସେ ସ୍ୱଭାବରେ ଶାନ୍ତଶିଷ୍ଟ ଓ ନମ୍ର ଥିବା ବେଳେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande