ଜୟପୁର, ୧୭ ଅକ୍ଟୋବର (ହି.ସ.)- ଜୟପୁର ସହରରେ ପରିମଳ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ପୌରପାଳିକା ଏକ ଠିକା ସ˚ସ୍ଥା ହାତରେ ଏହି ବ୍ୟବସ୍ଥା ହସ୍ତାନ୍ତର କରିଦେଇଛି। କିନ୍ତୁ ସ୍ବଚ୍ଛ କର୍ମଚାରୀଙ୍କ ଦରମା ଠିକ ସମୟରେ ଦିଆଯାଉନଥିବା ଯୋଗୁଁ ଅନେକ ସମୟରେ କର୍ମଚାରୀମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଆଜି ପ୍ରାୟ ୬୦ ଜଣ ସ୍ବଚ୍ଛକର୍ମଚାରୀ ମାନେ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ କରିଥିଲେ। ସକାଳୁ ସମସ୍ତ କର୍ମଚାରୀ ମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇ ସେମାନଙ୍କ ୨ ମାସର ଦରମା ଦାବି କରିଥିଲେ। ଆଗକୁ ଦିପାବଳୀ ଥିବା ଯୋଗୁଁ ସମସ୍ତ କର୍ମଚାରୀଙ୍କୁ ଟଙ୍କାର ଆବଶ୍ୟକତା ରହିଛି। ଟଙ୍କା ଦାବିରେ ଆଜି ୧୦ଟି ଟ୍ରାକ୍ଟରର ୩୦ ଜଣ ଓ ୨୦ଟି ଟାଟା ଏସି ଗାଡିର ୪୦ ଜଣ କର୍ମଚାରୀ ସମେତ ମୋଟ ୪୦ ଜଣ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇ ପୌରପରିଷଦରୁ ଗାଡି ବାହାର କରିନଥିଲେ। ଏନେଇ ଡ୍ରାଇଭର ଓ କର୍ମଚାରୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକା ସ˚ସ୍ଥା କର୍ମଚାରୀଙ୍କୁ ଫୋନ ମାଧ୍ୟମରେ କଥା ହେବା ପରେ ସେମାନେ ଧାରଣାରୁ ଓହରିଥିଲେ। ଅପରାହ୍ନରେ ଠିକା ସ˚ସ୍ଥା ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ପ୍ରଦାନ କରାଯିବା ପରେ ସମସ୍ତେ ଧାରଣାରୁ ଓହରିଥିଲେ।
କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ମିଶନ ସହରରେ ସଠିକ କାର୍ଯ୍ୟକାରି ହେଉନାହିଁ। ଜୟପୁର ପୌରାଞ୍ଚଳର ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ଭୁବନେଶ୍ବରର ଏଲ ଏଣ୍ତ କେ ସର୍ଭିସ ପ୍ରାଇଭେଟ ଲିମିଟେଡ ଠିକା ସ˚ସ୍ଥା ହାତରେ ଟେକି ଦେବାରୁ ଠିକାଦାରର ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଅଭିଯୋଗ ହେଉଛି। ନିୟମ ଓ ଚୁକ୍ତି ଅନୁଯାୟୀ ଠିକା ସ˚ସ୍ଥା ପୌରପରିଷଦରୁ ପ୍ରାପ୍ୟ ନ ପାଇଲେ ମଧ୍ୟ ନିଜସ୍ବ ପାଣ୍ଠିରୁ କର୍ମଚାରୀଙ୍କୁ ପ୍ରତ୍ୟେକ ମାସରେ ଦରମା ଦେବାକୁ ବାଧ୍ୟ। ଆଗକୁ ଦିପାବଳୀ ଥିବା ଯୋଗୁଁ ଏଲଏଣ୍ତ କେ କମ୍ପାନୀ ଦରମା ନ ଦେବା ଯୋଗୁଁ ଆଜି ଅଳିଆ ଗାଡି ଡ୍ରାଇଭର ଏବ˚ ସ୍ବଚ୍ଛକର୍ମଚାରୀ ମାନେ ଷ୍ଟେରି˚ ଛାଡ ଆନ୍ଦୋଳନ କରି ବସିଥିଲେ। ଯାହା ଫଳରେ ଆଜି ଜୟପୁର ସହରରୁ ଅବର୍ଜନା ଉଠା ଯାଇନଥିଲା। କର୍ମଚାରୀଙ୍କ ଇପିଏଫ, ଇଏସଆଇ ପ୍ରତି ମାସରେ ଠିକ ସମୟରେ ପୈଠ କରାଯାଇନଥିବା ମଧ୍ୟ ଅଭିଯୋଗ କରିଥିଲେ। ଚୁକ୍ତିନାମାରେ ପ୍ରତି ମାସରେ ଠିକରେ ଇପିଏଫ ଓ ଇଏସଆଇ ନକଲେ ଜୋରିମାନା ଦେବାକୁ ଚୁକ୍ତିରେ ରହିଛି କିନ୍ତୁ ଏହାର ବ୍ୟତିକ୍ରମ ପରେ ସୁଦ୍ଧା ଠିକା ସ˚ସ୍ଥାକୁ ପୌର ଅଧ୍ୟକ୍ଷ ଅନୁକମ୍ପା ଦେଖାଉଛନ୍ତି।
ଠିକା ସ˚ସ୍ଥା ସ୍ବଚ୍ଛତା ଓ ପରିମଳ ସେବାକୁ ଜୟପୁର ପୌରପାଳିକା ଠାରୁ ମାସିକ ୭୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ପାଉଣା ପାଉଛି। ସହରରେ ୨୮ଟି ୱାର୍ଡକୁ ୪ଟି ଜୋନରେ ବିଭକ୍ତ କରି ସ୍ବଚ୍ଛତା ପାଇଁ ୩୬୧ ଜଣ ସ୍ବଚ୍ଛ କର୍ମୀଙ୍କୁ ଠିକା ସ˚ସ୍ଥା ନିଯୁକ୍ତି ଦେଇଥିବା ପୌରପାଳିକା କାର୍ଯ୍ୟାଳୟରେ ରେକର୍ଡ ରହିଛି। ଏତେଜଣ ସ୍ବଚ୍ଛକର୍ମୀ ନିୟୋଜିତ ହୋଇ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଅବର୍ଜନାରେ ଭର୍ତ୍ତି ହୋଇଛି। ଏପରିକି ଗଳିକନ୍ଦିରେ ସଫା କରାଯାଉନଥିବା ଯୋଗୁଁ ନାଳରୁ ଦୁର୍ଗନ୍ଧ ବାହାରୁଛି। ପୌର ପ୍ରଶାସନର ଅବହେଳା ମନୋଭାବ ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି