ଜୟପୁର, ୧୭ ଅକ୍ଟୋବର (ହି.ସ.)- ସ୍ଵାଭାବିକ ହେଲା ୨୬ ନମ୍ୱର ଜାତୀୟ ରାଜପଥ। ଦୀର୍ଘ ସମୟ ଧରି ରେଲୱେ ଓଭର ବ୍ରିଜ ସୁରକ୍ଷା ଲୁହା ପଡ଼ି ଯିବାରୁ ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଗାଡ଼ି। କିନ୍ତୁ ବର୍ତମାନ ସମସ୍ତ ଗାଡ଼ି ଯିବା ଆସିବା କରୁଛି। ଭୋର ରୁ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରଲର କୋରାପୁଟ ସଦର ପାଖରେ ଥିବା ସୁରକ୍ଷା ଲୁହାକୁ ବାଡେଇ ଦେଇଥିଲା। ଯାହା ଫଳରେ ଜାତୀୟ ରାଜପଥ ଏକ ପ୍ରକାର ଟ୍ରାଫିକ ଜାମ ହୋଇଯାଇଥିଲା। ଶେଷରେ ରେଳ ବିଭାଗର ରେସକ୍ୟୁ ଟିମ୍, କୋରାପୁଟ ଅଗ୍ନିଶମ ବିଭାଗ ଏବଂ କୋରାପୁଟ ଟାଉନ୍ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି