ମକା ବୋଝେଇ ଟ୍ରକ ଚୋରି ମାମଲାର ଅନ୍ୟଜଣେ ଅଭିଯୁକ୍ତ ଗିରଫ
ଜୟପୁର,୧୭ ଅକ୍ଟୋବର (ହି.ସ.) - ମକା ବୋଝେଇ ଟ୍ରକ ଚୋରି ମାମଲାରେ ଆଜି ଜୟପୁର ସଦର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ଉମୁରୀ ଅଂଚଳର ନରେଶ ହରିଜନ(୨୭)। ମିଳିଥିବା ସୂଚନା ଅନୁଯାୟୀ କଳସାହାଣ୍‌ତି ଗ୍ରାମର ପ୍ରକାଶ ପୂଜାରୀ ଗତ ୨୦୨୪ ନଭେମ୍ବର ୧୮ ତାରିଖରେ ତାଙ୍କର ମ
ମକା ବୋଝେଇ ଟ୍ରକ ଚୋରି ମାମଲାର ଅନ୍ୟଜଣେ ଅଭିଯୁକ୍ତ ଗିରଫ


ଜୟପୁର,୧୭ ଅକ୍ଟୋବର (ହି.ସ.) - ମକା ବୋଝେଇ ଟ୍ରକ ଚୋରି ମାମଲାରେ ଆଜି ଜୟପୁର ସଦର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ଉମୁରୀ ଅଂଚଳର ନରେଶ ହରିଜନ(୨୭)। ମିଳିଥିବା ସୂଚନା ଅନୁଯାୟୀ କଳସାହାଣ୍‌ତି ଗ୍ରାମର ପ୍ରକାଶ ପୂଜାରୀ ଗତ ୨୦୨୪ ନଭେମ୍ବର ୧୮ ତାରିଖରେ ତାଙ୍କର ମକା ବୋଝେଇ ଟ୍ରକ ଚୋରି ହୋଇଥିବା ନେଇ ସଦରଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ ବୋରିଗୁମ୍ମା ସୋଲାଗୁଡା ଗ୍ରାମରେ ମକାଗାଡି ଅନ୍ୟ ଏକ ପିକଅପ ଗାଡିରେ ଅନଲୋଡ ହେଉଥିବା ଖବର ପାଇ ଘଟଣା ସ୍ଥଳରେ ପହଁଚି ଟ୍ରକ ଏବଂ ପିକଅପ ଗାଡିକୁ ଜବତ କରିବା ସହ ମୁଖ୍ୟ ଅସାମୀ ରଘୁନାଥ ଜାନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ମାମଲାରେ ପୂର୍ବରୁ ୨ଜଣ ଗିରଫ ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିଲେ। ଆଜି ଉମୁରୀ ଅଂଚଳରୁ ନରେଶ ହରିଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande