ଗଂଜାମ, 17 ଅକ୍ଟୋବର (ହି.ସ.)
ସାନଖେମୁଣ୍ଡି ବ୍ଲକର ରତ୍ନମଣିପୁର ଓ ସିଂଗିପୁର ଗାଁ ମଧ୍ୟରେ ଜମିଦଖଲକୁ କେନ୍ଦ୍ର କରି ପରିସ୍ଥିତି ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପାଟପୁର ତହସିଲଦାରଙ୍କ ଅଭିଯୋଗ କ୍ରମେ ଏହି ଅଂଚଳରେ ପୁଲିସ୍ ପକ୍ଷରୁ ବିଏନଏସ ଧାରାରେ 163ପ୍ରକାରେ ତିନୋଟି ମାମଲା ରୁଜ୍ଜୁ ହୋଇ ଉଭୟ ପକ୍ଷର 15ଜଣକୁ ଅଟକ ରଖାଯାଇଛି। ଏସଂଖ୍ୟା ଆହୁରି ବଢିପାରେ। ପୁଲିସ ପକ୍ଷରୁ ଉଭୟ ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ