କେନ୍ଦ୍ରାପଡା, ୧୭ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଓରମାସ ତରଫରୁ ଆଲୋକର ପର୍ବ ଦୀପାବଳି ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହି ଷ୍ଟଲର ଉଦଘାଟନ କରିଛନ୍ତି । ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିରୋଦ କୁମାର ଜେନା, ଡିପିଏମ ଓଏଲଏମ ପ୍ରଶାନ୍ତ କୁମାର ପାଢ଼ୀ, ଏକଜିକ୍ଵ୍ୟଟିଭ ଆସିଷ୍ଟାଣ୍ଟ ପ୍ରିୟଙ୍କା ରାଉଳ, ଏଫପିଓ କଡିନେଟର ରୋଜାଲିନ ପଲ୍ଲାଇ, ଏଫପିଓ ସିଇଓ ରବିନାରାୟଣ ଦାସ, ବିଜନେସ ମ୍ୟାନେଜର କେଦାରନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ମହାକାଳପଡ଼ା ବ୍ଲକ ତେରଗାଁର ବନଦୁର୍ଗା ଟେରାକୋଟ, ମାର୍ଶାଘାଇ ବ୍ଲକ ପରକୁଳର ମା ଜଗଧାତ୍ରୀ ଟେରାକୋଟ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତି ଦୀପ ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲ ଆସନ୍ତା ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ । ଜନ ସାଧାରଣ ବହୁ ମାତ୍ରାରେ ଆସି ଏହି ସ୍ଵତନ୍ତ୍ର ଷ୍ଟଲରୁ ଟେରାକୋଟ ପ୍ରସ୍ତୁତ ସାମଗ୍ରୀ କିଣି କାରିଗର ମାନଙ୍କ ଆର୍ଥିକ ବିକାଶରେ ସହାୟକ ହେବାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି