କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସରକାରୀ ପୋଲିସ୍ ଲାଇନ୍ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ବ
News from Phulbani, Kandhmal
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସରକାରୀ ପୋଲିସ୍ ଲାଇନ୍ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ବ


କନ୍ଧମାଳ, ୧୭ ଅକ୍ଟୋବର (ହି.ସ.)- ଫୁଲବାଣୀ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ସରକାରୀ ପୋଲିସ୍ ଲାଇନ୍ ସ୍କୁଲ ର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି। କନିଷ୍ଠ ବର୍ଗ ର ଚିତ୍ରାଙ୍କନ ପ୍ରତିଯୋଗିତାରେ ଓମ୍ ଶ୍ରୀ ଗଉଡ, ସଂଗୀତ ପ୍ରତିଯୋଗିତାରେ ଆୟୁଷି ଭୋଇ, ମ୍ଯାଥ୍ ରେସ୍ ରେ ଚିନ୍ମୟୀ ବେହେରା, ଏମଡିଏମ ପିଏମ୍ ପ୍ରତିଯୋଗିତାରେ ପ୍ରିତମ କହଁର, ସଜିତ କହଁର ଓ ରିଷିକାନ୍ତ ବେହେରା ପ୍ରମୁଖ କୃତିତ୍ବ ଅର୍ଜନ କରିଛନ୍ତି। ସେମାନଙ୍କୁ କାର୍ଯ୍ୟକ୍ରମର ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଆଗାମୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଏହି କୃତୀ ଛାତ୍ରଛାତ୍ରୀ ମାନେ ଭାଗ ନେବେ ବୋଲି ପ୍ରଧାନ ଶିକ୍ଷକ ଗୌରୀଶଙ୍କ ତ୍ରିପାଠୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande