ଦ୍ୱିତୀୟ ପତ୍ନୀର ନିର୍ଯ୍ୟାତନା ସହି ନ ପାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରଥମ ପତ୍ନୀଙ୍କ ପୁଅର ଥାନାରେ ଅଭିଯୋଗ
କୋରେଇ,୧୭ଅକ୍ଟୋବର(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି କାଙ୍କଲାପାଟଣା ଗ୍ରାମର ଜଣେ ବ୍ୟକ୍ତି ଦ୍ୱିତୀୟ ପତ୍ନୀର ନିର୍ଯ୍ୟାତନା ସହି ନପାରି ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଘଟଣାରେ ପ୍ରଥମ ପତ୍‌ୀଙ୍କ ପୁଅ ଦ୍ୱିତୀୟ ପତ୍ନୀଙ୍କ ବିରୁଦ୍ଧରେ ପାଣିକୋଇଲି ଥାନାରେ ଅଭିଯୋଗ ଦାଖଲ କରିଛନ୍ତ
ଦ୍ୱିତୀୟ ପତ୍ନୀର ନିର୍ଯ୍ୟାତନା ସହି ନ ପାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରଥମ ପତ୍ନୀଙ୍କ ପୁଅର ଥାନାରେ ଅଭିଯୋଗ


କୋରେଇ,୧୭ଅକ୍ଟୋବର(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି କାଙ୍କଲାପାଟଣା ଗ୍ରାମର ଜଣେ ବ୍ୟକ୍ତି ଦ୍ୱିତୀୟ ପତ୍ନୀର ନିର୍ଯ୍ୟାତନା ସହି ନପାରି ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଘଟଣାରେ ପ୍ରଥମ ପତ୍‌ୀଙ୍କ ପୁଅ ଦ୍ୱିତୀୟ ପତ୍ନୀଙ୍କ ବିରୁଦ୍ଧରେ ପାଣିକୋଇଲି ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଉକ୍ତ ଅଭିଯୋଗ ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି। ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି କାଙ୍କଲାପାଟଣା ଗ୍ରାମର ସ୍ୱର୍ଗତ ବାଇଧର ସାହୁଙ୍କ ପୁଅ ଅନନ୍ତ ଗୋପାଳ(୫୬) (ପାଣୁଆ)ନିଜର ପ୍ରଥମ ପତ୍ନୀ ଜୀବିତ ଥିବା ବେଳେ କେନ୍ଦୁଝର ଜିଲ୍ଲାର ଚମ୍ପା ବେହେରାଙ୍କୁ ୧୫ ବର୍ଷ ହେବ ଦ୍ୱିତୀୟ ବିବାହ କରି ଏହି ଥାନା ଅନ୍ତର୍ଗତ ବର୍ତମଣା ଗ୍ରାମରେ ରହୁଥିଲେ। ଏପରିକି ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ (ବିବାହିତା)ଙ୍କ ସହିତ ଅନନ୍ତ କୈାଣସି ସମ୍ପର୍କ ନ ରଖି ଦ୍ୱିତୀୟ ପତ୍ନୀଙ୍କୁ ସହିତ ରହୁଥିଲେ। ଦ୍ୱିତୀୟ ପତ୍ନୀଙ୍କ ପ୍ରରୋଚନାରେ ପାଣୁଆ ପ୍ରଥମ ପତ୍ନୀ ଓ ତାଙ୍କ ପୁଅ ଝିଅଙ୍କୁ ସମ୍ପତି ବାଡ଼ିରୁ ବେଦଖଲ କରିବା ଲାଗି ମଧ୍ୟ ଧମକାଇବା ସହିତ ମକଦ୍ଦମା ମଧ୍ୟ କରିଥିଲେ। ତେବେ କିଛି ବର୍ଷ ଏକାଠି ରହିବା ପରେ ଦ୍ୱିତୀୟ ପତ୍ନୀ ଅନ୍ୟ ଜଣେ ଯୁବକ ସହିତ ମିଶି ଅନନ୍ତଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ। ଯାହାକୁ ସହି ନପାରି ଅନନ୍ତ ଗତ ଆଠ ମାସ ହେବ ପାଣିକୋଇଲିସ୍ଥିତ ଶର୍ମା ଟାଙ୍କି ନିକଟସ୍ଥ ଏକ ଭଙ୍ଗା ଘରେ ରହୁଥିଲେ। ଉକ୍ତ ଘଟଣାକୁ ନେଇ ସେ ମାନସିକ ଅବସାଦ ଭିତରେ ରହୁଥିଲେ। ଗତ ବୁଧବାର ଦିନ ପାଣୁଆ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଅଜିତକୁ ଫୋନ କରି ତୁରନ୍ତ ତାଙ୍କର ମୋବାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ଗୁଡ଼ିକୁ ନେଇ ଯିବା ଲାଗି ଅନୁରୋଧ କରିବା ସହିତ ଆଜି ମୋର ଶେଷ ଦିନ ବୋଲି କହିଥିଲେ । ଏଥି ସହିତ ପାଣୁଆ ଆତ୍ମହତ୍ୟା ଉଦ୍ୟମ କରିବା ନେଇ ଏକ ଲାଇଭ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି ଉକ୍ତ ଖବର ପାଇବା ପରେ ଅଜିତ ତୁରନ୍ତ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀଙ୍କ ସହିତ ସେ ରହୁଥିବା ଉକ୍ତ ସ୍ଥାନରେ ପହଂଚି ତୁରନ୍ତ ଆମ୍ବୁଲାନ୍ସ ଯୋଗେଁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନ୍ତର କରିଥିଲେ। କିନ୍ତୁ ପାଣୁୁଆଙ୍କ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ତାଙ୍କୁ କଟକ ରେଫର କରିଥିଲେ। ପାଣୁଆଙ୍କ ପୁଅ ଅଜିତ କଟକ ବଡ଼ ଡ଼ାକ୍ତରଖାନାରେ ବାପାଙ୍କର ଦେଖାଶୁଣା କରୁଥବା ବେଳେ ହଠାତ ଗୁରୁବାର ସଂଧ୍ୟାରେ ଚମ୍ପା ଆଠରୁ ଦଶ ଜଣ ବ୍ୟକ୍ତିଙ୍କୁ ଧରି କଟକ ବଡ଼ ଡ଼ାକ୍ତରଖାନାରେ ପହଂଚିବା ସହିତ ଅଜିତକୁ ତୁରନ୍ତ ଡ଼ାକ୍ତରଖାନା ଛାଡ଼ି ଚାଲିଯିବା ଲାଗି ଧମକଚମକ ଦେଇଥିଲେ। ଚମ୍ପା ସହିତ ଯାଇଥିବା ଯୁବକ ମାନଙ୍କ ଧମକରେ ଅଜିତ ଭୟଭୀତ ହୋଇ ଡ଼ାକ୍ତରଖାନାଫ‘ାଣ୍ଡିରେ ଅଭିଯୋଗ କରିବ ପରେ ଫାଣ୍ଡିବାବୁ ଚମ୍ପାକୁ ପାଣୁଆର ଦେଖାଶୁଣା ଲାଗି ରହିବା ଲାଗି କହିବା ସହିତ ଅଜିତକୁ ଛାଡ଼ି ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅଜିତ ନିରୁପାୟ ହୋଇ ଘରକୁ ଫେରିଆସିଥିଲା। ପରେ ତାର ବାପାଙ୍କର ଜୀବନ ପ୍ରତି ବିପଦ ରହିଛି ବୋଲି ଅନୁଭବ କରି ପାଣିକୋଇଲି ଥାନାରେ ଚମ୍ପା ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରିଛି। ତାଙ୍କର ଅଭିଯୋ ଅନୁଯାୟୀ ଯେଉଁ କାରଣ ପାଇଁ ମୋ ବାପା ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ପୁଣି ସେହି ମହିଳା ପାଖରେ ରହିଲେ ହୁଏତ କିଛି ବି ଅଘଟଣ ଘଟାଇପାରେ। ତେଣୁ ଯଦି ତାଙ୍କ ବାପାଙ୍କର କୈାଣସି କ୍ଷତି ହୁଏ ତେବେ ସେଥିପାଇଁ ଚମ୍ପା ଦାୟୀ ରହିବେ ଓ ଏଥ ସଂକ୍ରାନ୍ତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି। ପୁଲିସ ଉକ୍ତ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚାଲୁ ରଖିଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande