ସହରର ବିପଦସଙ୍କୁଳ ବିଦ୍ୟୁତ ଖୁଂଟ, ତାର ଗୁଡିକର ପରିବର୍ତନ ପ୍ରସଙ୍ଗ ପୌର ଅଧ୍ୟକ୍ଷଙ୍କ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପତ୍ର
ଜୟପୁର, ୧୭ ଅକ୍ଟୋବର (ହି.ସ.) - ଜୟପୁର ସହରରେ ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ପାଇଁ ସାଧାରଣ ଲୋକ ଅସନ୍ତୁଷ୍ଚ ରହିଥିବା ନେଇ ଗତ କାଉନସିଲ ବୈଠକରେ ବିଧାୟକ , ଅଧ୍ୟକ୍ଷ, ଉପାଧକ୍ଷ ଏବଂ କାଉନସିଲର ମାନେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏହିପରି ସହରର ବିଭିନ୍ନ ମୁଖ୍ୟରାସ୍ତା ସମେତ ସାହି ବସ୍ତିରେ
ସହରର ବିପଦସଙ୍କୁଳ ବିଦ୍ୟୁତ ଖୁଂଟ, ତାର ଗୁଡିକର ପରିବର୍ତନ ପ୍ରସଙ୍ଗ ପୌର ଅଧ୍ୟକ୍ଷଙ୍କ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପତ୍ର


ଜୟପୁର, ୧୭ ଅକ୍ଟୋବର (ହି.ସ.) - ଜୟପୁର ସହରରେ ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ପାଇଁ ସାଧାରଣ ଲୋକ ଅସନ୍ତୁଷ୍ଚ ରହିଥିବା ନେଇ ଗତ କାଉନସିଲ ବୈଠକରେ ବିଧାୟକ , ଅଧ୍ୟକ୍ଷ, ଉପାଧକ୍ଷ ଏବଂ କାଉନସିଲର ମାନେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏହିପରି ସହରର ବିଭିନ୍ନ ମୁଖ୍ୟରାସ୍ତା ସମେତ ସାହି ବସ୍ତିରେ ରହିଥିବା ବିପଦ ସଙ୍କୁଳ ବିଦ୍ୟୁତ ଖୁଂଟ ଗୁଡିକ ପରିବର୍ତନ କରିବାକୁ ବୈଠକରେ ଉପସ୍ଥିତ ଟାଟା ପାୱାର ସାଉଥକୋ ଯନ୍ତ୍ରୀ ମାନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ସର୍ଭେ ଜାରି ରହିଥିବା ବେଳେ ବିପଦସଙ୍କୁ ବିଦ୍ୟୁତ ଖୁଂଟର ତୁରନ୍ତ ପରିବର୍ତନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବୈଠକ ଆୟୋଜିତର ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ସୁଦ୍ଧା ଟାଟା ପାୱାର ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇନଥିବା ନେଇ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଆଜି ସ୍ଥାନୀୟ ଟାଟା ପାୱାର ସାଉଥକୋ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏକ କଡାପତ୍ର ମାଧ୍ୟମରେ ତୁରନ୍ତ ପୁରାତନ ତଥା ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ ପରିବର୍ତନ , ଅବ୍ୟବହୃତ ବିଦ୍ୟୁତ ଖୁଂଟ ଉଠାଯିବ, ସହରରେ ଝୁଲି ରହିଥିବା ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର, ଘରୋଇ ବିଦ୍ୟୁତ ଯୋଗାଣ ତାର ଏବଂ ବିଦ୍ୟୁତ ଲାଇଟ ଗୁଡିକକୁ ସଜାଡିବା ନେଇ ଦାବି କରିଛନ୍ତି । ଏହିପରି ଏହିପରି ଦୂରାବସ୍ଥାରେ ରହିଥିବା ବିଦ୍ୟୁତ ଖୁଂଟ, ତାର ଏବଂ ଘରୋଇ ସଂଯୋଗୀକରଣ ତାର କୌଣସି କାରଣରୁ ଛିଡି ପଡିଲେ ବଡ ଅଘଅଟଣ ଘଟିବାର ସମ୍ଭାବନ ରହିଛି । ତେଣୁ ଏଥିପ୍ରତି ତୁରନ୍ତ ପଦକ୍ଷପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ପ୍ରକାଶଯେ, ବିଦ୍ୟୁତ ବିଭାଗ ପକ୍ଷରୁ କିଛି ମାତ୍ରାରେ ସହରର ବିଭିନ୍ନ ସ୍ଥାନରେ ନୂତନ ଖୁଣ୍ଟର ସ୍ଥାପନ କରାଯାଇଛି, କିନ୍ତୁ ପୁରାତନ ଖୁଣ୍ଟ ଗୁଡିକକୁ ବାହାର କରାଯାଇନାହିଁ । ଫଳରେ ସହରରେ ଏହି ପୁରାତନ ତଥା ଅବ୍ୟବହୃତ ଖୁଣ୍ଟ ରାସ୍ତା ଉପରେ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହିପରି ସାରା ସହର ସମେତ ପୌରସଂସ୍ଥା ସମ୍ମୁଖରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ ସରୋବରାହ ହେଉଥିବା ବିଦ୍ୟୁତ ଲାଇନ ଝୁଲା ଓ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏବଂ ବିଦ୍ୟୁତ ଲାଇଟ ଗୁଡିକ ଅସଜଡା ଭାବେ ରହିଛି, କିନ୍ତୁ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଉନଥିବା ନେଇ ସାଧାରଣରେ ମଧ୍ୟ ଅଭିଯୋଗ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande