ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଂଚର ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ମାଲକାନଗିରି, ୧୭ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଂଚ ପକ୍ଷରୁ ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଂଚ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଂଚ ସମ୍
ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଞ୍ଚର ଜାତୀୟ ସମ୍ମିଳନୀ ଅନୁଷ୍ଠିତ।


ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଞ୍ଚର ଜାତୀୟ ସମ୍ମିଳନୀ ଅନୁଷ୍ଠିତ।


ମାଲକାନଗିରି, ୧୭ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଂଚ ପକ୍ଷରୁ ଖଇରପୁଟ ହାଟ ପଦାରେ ଜନଜାତି ଅନୁସୂଚିତ ଜାତି ସଂସ୍କୃତି ସୁରକ୍ଷା ମଂଚ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଂଚ ସମ୍ପାଦକ ବାଲାଜୀ ପାଡ଼ାଲଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ଅତିଥି ଭାବେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା,ଗଦବା ସମାଜର ବାଲରାଜୁ କଟରି, ସ୍ୱାମୀ ବିଶ୍ୱମିତ୍ରା ନନ୍ଦଗିରି ମହାରାଜ, ଜିଲ୍ଲା ବଣ୍ଡା ସମାଜ ସଭାପତି ମୁକୁନ୍ଦ ମାଝୀ, ବଣ୍ଡା ସମାଜର ସୁମିତ୍ ଶିଶା , ମାଳି ସମାଜର ସୁନାଧର ମାଳି, କୋୟା ସମାଜର ପ୍ରଶାନ୍ତ ବେଟି, ବଣ୍ଡା ସମାଜର ଲକିନଥ କିର୍ଷାନି ପ୍ରମୁଖ ମଂଚରେ ମଂଚାସୀନ ଥିଲେ । ଧର୍ମାନ୍ତିକରଣ ଏକ ରାଷ୍ଟ୍ରବିରୋଧ କାର୍ଯ୍ୟ କଳାପ ଅଟେ । ସ୍ୱାଧୀନତା ପୂର୍ବରୁ ଭାରତରେ ଖ୍ରୀଷ୍ଟିଆନ ମିସିନାରୀ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାରତରେ ସରଳ ନିରୀହ ଜନଜାତି ବନବାସୀ ଓ ଅନୁସୂଚିତ ଜାତିର ଲୋକ ମାନଙ୍କୁ କଳ ବଳ ଓ ପ୍ରଲୋଭନ ମାଧ୍ୟମରେ ଧର୍ମାନ୍ତିକରଣ କରାଯାଉଛି ତାସ୍ୱତ୍ୟେ ମଧ୍ୟ ହିନ୍ଦୁ ସମାଜ କେବେ ମଧ୍ୟ ଅନ୍ୟ ଧର୍ମାବଲାମ୍ବିଙ୍କୁ ଅତ୍ୟାଚାର କରିନାହିଁ। ଏହି ବେଆଇନ ଧର୍ମାନ୍ତିକରଣ ଉପରେ ରୋକ ଲଗେଇବା ଓ ନିଜ ଧର୍ମର ସ୍ୱାଧୀନ ଭାବରେ ବଂଚିବା ଧର୍ମ ସ୍ୱତନ୍ତ୍ର ଆଇନ ଲାଗୁ ହୋଇଛି। ନିଜ ବଳ ଓ ପ୍ରଲୋଭନ ଦ୍ୱାରା ଧର୍ମାନ୍ତିକରଣକୁ ବିରୋଧ କରୁଥିବା ଏହି ଆଇନର ଧାରା ୨୫ କୁ ଉଚ୍ଛେଦ କରିବା ପାଇଁ କରାଯାଇଥିବା ସୁପ୍ରିମ କୋର୍ଟ ମାଧ୍ୟମରେ କରାଯାଉଥିବା ପ୍ରୟାସ ବିରୋଧର ଏହି ସମାବେଶ କରାଯାଇଥିବା ଅତିଥି ମାନେ ଉପସ୍ଥିତ ଥିବା ଜନଜାତି ଅନୁସୂଚିତ ଜାତି ଲୋକ ମାନଙ୍କୁ ସଚେତନତା କରାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଂଚ ପକ୍ଷରୁ ଦାବି ଗୁଡ଼ିକ ଯଥା - ଅବୈଧ ଧର୍ମାନ୍ତିକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଓ ଧର୍ମାନ୍ତିକରଣ ବିରୋଧ ଆଇନ କଡ଼ାକଡ଼ି କରାଯାଉ, ସମ୍ବିଧାନର ଧାରା ୨୫ କୁ ବଳବତର ରଖାଯାଉ, ବିଭିନ୍ନ ରାଜ୍ୟରେ ପାରିତ ହୋଇଥିବା ଧର୍ମାନ୍ତିକରଣ ବିରୋଧ ଆଇନକୁ ବଳବତର ରଖିବା ସହିତ ଓଡ଼ିଶାରେ ମଧ୍ୟ ରାଜସ୍ଥାନ ଅନୁରୂପ ବେଆଇନ ଧର୍ମାନ୍ତିକରଣ କାରୀଙ୍କୁ ଆଠ ବର୍ଷ ଜେଲ ଦଣ୍ଡ ଓ ୨୦୦୦୦୦ ଟଙ୍କା ପଯ୍ୟନ୍ତ ଜୋରିମାନାର ଆଇନ ପ୍ରଣୟନ କରାଯାଉ । ମାଲକାନଗିରି ଜିଲ୍ଲାରେ ଅଧିକାଂଶ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧ୍ୟ ଅନୁସୂଚିତ ଜାତିର ମାନ୍ୟତା ପାଇଁ ସରକାରୀ ସୁବିଧା ପାଉଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ଭଳି ଦାବି ରହିଥିବା ବେଳେ ହିନ୍ଦୁ ସମାଜରେ ଅନୁସୂଚିତ ଜାତି ଓ ଜନଜାତିର ସୁରକ୍ଷା ପାଇଁ ଧର୍ମାନ୍ତିକରଣ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande