ଦୀପାବଳି ପୂର୍ବରୁ ଚିନ୍ତାରେ କୁମ୍ଭାର ପରିବାର, ବୁଡିବାକୁ ବସିଲାଣି କୌଳିକ ବୃତି
ଜୟପୁର, ୧୭ ଅକ୍ଟୋବର (ହି.ସ.)- ଦୀପାବଳି ପୂର୍ବରୁ ଚିନ୍ତାରେ କୁମ୍ଭାର ପରିବାର, ବୁଡିବାକୁ ବସିଲାଣି କୌଳିକ ବୃତି | ହଜିବାକୁ ବସିଲାଣି ମାଟିର ବାସ୍ନା | କୁମ୍ଭାର ଚକ ଆଉ ଘୁରୁନି, କି ଭାଟି ଆଉ ଜଳୁନି। କାଠ ଚକରେ ଏବେ ଉଈ ଲାଗିଗଲାଣି, ଆଉ କିଏ ତାହାକୁ ବିକି ସାରିଲାଣି। ବହୁ ବ୍ୟକ୍ତି ନିଜ ବୃତ୍ତ
ଦୀପାବଳି ପୂର୍ବରୁ ଚିନ୍ତାରେ କୁମ୍ଭାର ପରିବାର , ବୁଡିବାକୁ ବସିଲାଣି କୌଳିକ ବୃତି |


ଦୀପାବଳି ପୂର୍ବରୁ ଚିନ୍ତାରେ କୁମ୍ଭାର ପରିବାର , ବୁଡିବାକୁ ବସିଲାଣି କୌଳିକ ବୃତି |


ଜୟପୁର, ୧୭ ଅକ୍ଟୋବର (ହି.ସ.)- ଦୀପାବଳି ପୂର୍ବରୁ ଚିନ୍ତାରେ କୁମ୍ଭାର ପରିବାର, ବୁଡିବାକୁ ବସିଲାଣି କୌଳିକ ବୃତି | ହଜିବାକୁ ବସିଲାଣି ମାଟିର ବାସ୍ନା | କୁମ୍ଭାର ଚକ ଆଉ ଘୁରୁନି, କି ଭାଟି ଆଉ ଜଳୁନି। କାଠ ଚକରେ ଏବେ ଉଈ ଲାଗିଗଲାଣି, ଆଉ କିଏ ତାହାକୁ ବିକି ସାରିଲାଣି। ବହୁ ବ୍ୟକ୍ତି ନିଜ ବୃତ୍ତିରୁ ଦୂରେଇ ରୋଜଗାର ପାଇଁ ଅନ୍ୟ ପନ୍ଥା ବାଛିଲେଣି। ମାଟିସହ ଘାଣ୍ଟି ହୋଇ ମାଟିରେ ହାଣ୍ଡି, ମାଠିଆ, ସ‌ୁରେଇ, ଦୀପ ଓ କୁଣ୍ଡ ତିଆରି ଠାରୁ ଦୂରେଇ ଗଲେଣି ବହୁ ପରିବାର। ଦିନକୁ ଦିନ ମାଟି ତିଆରି ସାମଗ୍ରୀର ଚାହିଦା କମୁଥିବା ନେଇ କୁମ୍ଭକାରମାନେ ଅତି ଦୁଃଖର ସହ କହିଛନ୍ତି।

କୋରାପୁଟ ଜିଲ୍ଲା ଜୟପୁର ବ୍ଳକ ରେ ଥିବା ଏହି କୁମ୍ଭାରପୁଟ ଗାଁ ରହିଛି | ଏହି ଗାଁ ନାଁ ଶୁଣିଲେ ମନେ ହୁଏ ସେଠାରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରାଯାଉଥିବ। କିନ୍ତୁ, ସେଠିକାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଧୁନିକତାର ସ୍ପର୍ଶରେ ଜୟପୁର ସହର ନିକଟସ୍ଥ କୁମ୍ଭାରପୁଟ କୁମ୍ଭକାରମାନ‌େ ଆଉ ମାଟିରେ ସାମଗ୍ରୀ ତିଆରି କରୁ ନାହାନ୍ତି। ପ୍ଲାଷ୍ଟିକ୍ ଓ ଷ୍ଟିଲ ସାମଗ୍ରୀ ଆସିବା ବେଳେ ଲୋକେ ମାଟି ସାମଗ୍ରୀ ବ୍ୟବହାରକୁ ଭୁଲିଗଲେଣି। ନାଁ ସେଥିରେ ରୋଷେଇ କରୁଛନ୍ତି, ନା ସେଥିରେ ଖାଦ୍ୟ ଖାଉଛନ୍ତି। ଗାଁ ମାନଙ୍କରେ ମହିଳାମାନେ ମାଟି ହାଣ୍ଡିରେ ପାଣି ଆଣୁଥିବା ବେଳେ ତାହା ମଧ୍ୟ ଆଉ ଦୃଷ୍ଟିଗୋଚର ହେଉନାହିଁ। ଅଧିକାଂଶ ସ୍ଥାନରେ ମାଟି ଦୀପ ହିଁ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି। ଲୋକେ ମାଟି ସାମଗ୍ରୀ କିଣିବା କମ୍ କରିଦେଇଥିବା ବେଳେ କୁମ୍ଭକାରମାନ‌େ ମଧ୍ୟ ସାମଗ୍ରୀ ତିଆରି କରିବା ଛାଡ଼ିବାକୁ ଲାଗିଲେଣି। ଏଥିସହ ବହୁ ବ୍ୟକ୍ତି ରୋଜଗାର ପାଇଁ ଦାଦନ ଖଟିବାକୁ ମଧ୍ୟ ଯାଉଛନ୍ତି। ବହୁ କଷ୍ଟରେ ମାଟି ସଂଗ୍ରହ କରି ତାକୁ ଅକ୍ଳାନ୍ତ ପରିଶ୍ରମ କରି ଚକଟି, ଚକରେ ଗଢ଼ି ଶୁଖାଇ ଭାଟିରେ ପୋଡ଼ିଥାନ୍ତି। କଞ୍ଚା ମାଟି ସାମଗ୍ରୀଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ କାଠ, ଜାଳର ଆବଶ୍ୟକ ପଡ଼ିଥାଏ। ମାଟି ଠାରୁ ଆରମ୍ଭ କରି କାଠ ସବୁ କିଣିବାକୁ ପଡ଼ୁଥିବା ବେଳେ ତାହାର ମୂଳ ଟଙ୍କା ମଧ୍ୟ ମିଳିପାରୁ ନାହିଁ ବୋଲି କିଛି କୁମ୍ଭକାର କହିଛନ୍ତି।

କୁମ୍ଭାରପୁଟ ର କୁମ୍ଭାର ସାହିରେ ଆଗରୁ ବହୁ ପରିବାର ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ ଏହି ମାଟି ତିଆରି କାମ ଅଧିକାଂଶ ଛାଡ଼ିସାରିଲେଣି। ଆଜିର ଦୁନିଆରେ ଆମ ଦେଶ ସ୍ଵତନ୍ତ୍ର ଓ ଆମ ଦେଶର ସମସ୍ତ ନାଗରିକ ହୋଇପାରିବେ ସ୍ବାବଲମ୍ବୀ | ଆମ ଦେଶ ମହକିବ ଏବେ ନିଜ ମାଟିର ବାସ୍ନାରେ। ସ୍ଵଦେଶୀ ବସ୍ତୁ ଓ ସାମଗ୍ରୀରେ ଭରପୁର ହେବ ପୁରପଲ୍ଲୀ | ଯାହାକୁ ନେଇ ବର୍ତମାନ ଜୟପୁର ଉପ ଜିଲ୍ଲାପାଳ ଅକା ବରମ ଶଶ୍ୟ। ରେଡ଼ି କହିଛନ୍ତି କି ବଜାରରେ ବିକ୍ରି ହେବ ଲୋକାଲ ପ୍ରଡକ୍ଟ ଯାହା ପାଇଁ ପ୍ରଶାସନ ତରଫରୁ ବି କରାଯିବ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା। ଖାଲି ଏତିକି ନୁହେଁ ବର୍ତମାନ ସ୍ଥାନୀୟ ବଜାରକୁ ଆସୁଥିବା ଓ ଏଠି ଲୋକାଲ ପ୍ରଡକ୍ଟକୁ ବିକ୍ରି କରୁଥିବା ସ୍ଥାନୀୟ ବେପାରୀ ଓ କାରିଗର ମାନଙ୍କ ପାଇଁ କରାଯିବ ସ୍ଵତନ୍ତ୍ର ବଜାର ଓ ଯୋଗାଇ ଦିଆଯିବ ବଜାରର ସୁବିଧା |

ଆଉ ଏଥର ଆପେଣଇବାକୁ ପଡିବନି ଆମକୁ ବିଦେଶୀ ସାମଗ୍ରୀ, ଏଥର ପଲ୍ଲୀ ଠାରୁ ଦିଲ୍ଲୀ ମହକିବ ସ୍ଵଦେଶୀ ସାମଗ୍ରୀରେ। ଏଥର ଗାଁ ଠାରୁ ସହର ସବୁଠି ହେବ ସ୍ଥାନୀୟ ସାମଗ୍ରୀ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande