ଛାତ୍ରଛାତ୍ରୀଙ୍କ ବୃତି ପାଇଁ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ତାଲିମ
କେନ୍ଦ୍ରାପଡା, ୧୭ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କର ବୃତି କିପରି ଆବେଦନ କରିପାରିବେ ସେ ସଂପର୍କରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀ ମାନେ କିପ
ଛାତ୍ରଛାତ୍ରୀଙ୍କ ବୃତି ପାଇଁ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ତାଲିମ


କେନ୍ଦ୍ରାପଡା, ୧୭ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କର ବୃତି କିପରି ଆବେଦନ କରିପାରିବେ ସେ ସଂପର୍କରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀ ମାନେ କିପରି ଓ.ଏସ୍‌.ଏସ୍‌.ପି ପୋର୍ଟାଲରେ ବୃତି ଆବେଦନ କରିପାରିବେ ତାହା ସୂଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା । ଓ.ଏସ୍‌.ଏସ୍‌.ପି ପୋର୍ଟାଲର ପ୍ରଚଳନ, ଓଟିଆର କିପରି କରିପାରିବେ ସେ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରାୟ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମି ମଞ୍ଜରୀ ପ୍ରଧାନ, ଜିଲ୍ଲା ବୃତି ସଂଯୋଜକ ବଳରାମ ପାଢୀଙ୍କ ସମେତ ଜିଲ୍ଲାର ୯ଟି ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande