ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତାଲିମ
କେନ୍ଦ୍ରାପଡା, ୧୭ ଅକ୍ଟୋବର (ହି.ସ.)- ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଆଇନ ୨୦୦୫ ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ସଶକ୍ତିକରଣ ହେବ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା
ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତାଲିମ


କେନ୍ଦ୍ରାପଡା, ୧୭ ଅକ୍ଟୋବର (ହି.ସ.)- ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଆଇନ ୨୦୦୫ ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ସଶକ୍ତିକରଣ ହେବ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ, ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷଅ ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଘରୋଇ ହିଂସା ଉପରେ ଆଲୋଚନା କରି ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଉପରେ ଆଲୋକପାତ କରିଥିଲେ । ଘରୋଇ ହିଂସାରେ ମହିଳା ମାନେ କିଭଳି ଆଇନର ସୁବିଧା ପାଇପାରିବେ ସେ ସଂପର୍କରେ ଉପସ୍ଥିତ ଥିବା ସମସ୍ତ ସିଡିପିଓ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ (ପିଓ) ସୁରକ୍ଷା ଅଧିକାରୀ ସବିତାରାଣୀ ସିଂହ, ଭାରତୀ ବେହେରା, ସୁକାନ୍ତି ମହାପାତ୍ର ସହଯୋଗ କରିଥିବା ବେଳେ ହବର ଜିଲ୍ଲା ସଂଯୋଜକ ଲଲାଟେନ୍ଦୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande