ହସ୍ପିଟାଲ ପରିସରରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ହସ୍ପିଟାଲ ପରିସରରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
PRM Medical Parisararu Mahilanka Galita Saba Uddhara


PRM Medical Parisararu Mahilanka Galita Saba Uddhara


ବାରିପଦା, ୧୭ ଅକ୍ଟୋବର (ହି.ସ.)- ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପରିସରରୁ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୁହଁ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାବେ ଗଳିତ ହୋଇ କଙ୍କାଳ ଦେଖା ଯାଉଥିବା ବେଳେ ଲମ୍ବା ବାଳରୁ ମହିଳା ବୋଲି ଜଣାପଡିଛି। ହସ୍ପିଟାଲ ପରିସର ସ୍ଥିତ ୧୮୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ପଛରେ ଥିବା ଏକ ଗଛ ଡାଳରେ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ମୃତଦେହ ଗଳିତ ହେବାରୁ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧରୁ ମୃତଦେହ ବାବଦରେ ଜଣାପଡିଥିଲା। ଏନେଇ ପୁଲିସକୁ ଖବର ଦେବାରୁ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହା ସହିତ ସାଇଣ୍ଟିଫିକ ଟିମ ମଧ୍ୟ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ କେହି ଜଣେ ମହିଳାଙ୍କ ମୁହଁକୁ ଏସିଡ ଫିଙ୍କିଥିବା ବେଳେ ତାହା ନଷ୍ଟ ହୋଇଥିବା ନେଇ ସନ୍ଦେହ କରାଯାଉଛି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ହସ୍ପିଟାଲ ପରିସରରେ ପୁଲିସ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ମୃତଦେହ ଉଦ୍ଧାର ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହସ୍ପିଟାଲ ପରିସରରେ କିପରି ମୃତଦେହ ଆସିଲା ତାହା ସନ୍ଦେହଘେରରେ ରହିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande