ବଲାଙ୍ଗୀରରେ କେରଳ ଘଟଣା ଓ ଇନ୍‌ଷ୍ଟାଗ୍ରାମ ଯୌନ ନିର୍ଯ୍ୟାତନା ମାମଲାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗୀର, ୧୭ ଅକ୍ଟୋବର(ହି.ସ.) – ଭାରତୀୟ ଯୁବ କଂଗ୍ରେସ ସଦସ୍ୟମାନେ ଆଜି ବଲାଙ୍ଗୀର କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁଥିରେ କେରଳର ଅନନ୍ଦୁ ଅଜି ସଂପୃକ୍ତ ଘଟଣା ଓ ପୀଡିତ
ବଲାଙ୍ଗିର ରେ କେରଳ ଘଟଣା ଓ ଇନ୍‌ଷ୍ଟାଗ୍ରାମ ଯୌନ ନିର୍ଯ୍ୟାତନା ମାମଲାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ


ବଲାଙ୍ଗିର ରେ କେରଳ ଘଟଣା ଓ ଇନ୍‌ଷ୍ଟାଗ୍ରାମ ଯୌନ ନିର୍ଯ୍ୟାତନା ମାମଲାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ


ବଲାଙ୍ଗିର ରେ କେରଳ ଘଟଣା ଓ ଇନ୍‌ଷ୍ଟାଗ୍ରାମ ଯୌନ ନିର୍ଯ୍ୟାତନା ମାମଲାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ


ବଲାଙ୍ଗୀର, ୧୭ ଅକ୍ଟୋବର(ହି.ସ.) – ଭାରତୀୟ ଯୁବ କଂଗ୍ରେସ ସଦସ୍ୟମାନେ ଆଜି ବଲାଙ୍ଗୀର କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁଥିରେ କେରଳର ଅନନ୍ଦୁ ଅଜି ସଂପୃକ୍ତ ଘଟଣା ଓ ପୀଡିତଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ ରେ ଉଲ୍ଲେଖିତ ଯୌନ ନିର୍ଯ୍ୟାତନା ମାମଲା ପ୍ରତି ଯୁବ କଂଗ୍ରେସ ର ସଦସ୍ୟମାନେ ନ୍ୟାୟ ଚାହିଁଥିଲେ। ଏହି ପ୍ରଦର୍ଶନରେ ଯୁବ କଂଗ୍ରେସ ର ସଦସ୍ୟମାନେ ସ୍ଲୋଗାନ ଦେଇ ଓ ପ୍ଲାକାର୍ଡ ଉଠାଇ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟ ଗ୍ରହଣ ଓ ଆରଏସ୍‌ଏସ୍‌କୁ ବ୍ୟାନ କରିବା ପାଇଁ ସରକାରଙ୍କୁ ଘେରିଥିଲେ। ଏହି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସର୍ବ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁଚିବ, ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଅଲ୍ଲାବାରୁ, ଓଡିଶା ଯୁବ କଂଗ୍ରେସ ଅଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ଏବଂ ପ୍ରଭାରୀ ମହେଶ ଦେଶମୁଖଙ୍କ ନିର୍ଦ୍ଦେଶରେ। ଯୁବ କଂଗ୍ରେସ ଅନ୍ୟାୟ ବିରୋଧରେ ତାଙ୍କର ସଂଘ ସଂଘର୍ଷ ଚାଲୁ ରଖିବ ଏବଂ ପୀଡିତଙ୍କ ପରିବାର ସହିତ ଦୃଢତାର ସହିତ ଛିଡା ହୋଇଥିବ। ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଯୁବ କଂଗ୍ରେସ ତାର ଆନ୍ଦୋଳନ ଜୋରଦାର କରିବା ବୋଲି ମତ ପ୍ରକାଶ କରିଥିଲେ ଶ୍ରୀ ସାହୁ। ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଅଜୟ ବାଲି, ସାନନ୍ଦ ମିଶ୍ର, କୈଳାସ ମିଶ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା, ନିତିଶ ପଧାନ ଏବ ସ୍ୱାଗତ ପଟ୍ଟନାୟକ, ସିବୁ ପଧାନ, ସୌମ୍ୟ, ପଂଚାନନ ଷାଣ୍ଢ, ଅବ୍ରାହ୍ମ ନାଗ ଓ ଛାତ୍ର କଂଗ୍ରେସ ର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande