ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଅଧିକାର କ୍ଷୁର୍ଣ୍ଣ ଘଟଣା : ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ
ଧର୍ମଶାଳା,୧୭ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ସୁକିନ୍ଦା ବ୍ଲକର ରାଂସୋଳୋ ପଂଚାୟତ କାକୁଡିଆ ଗ୍ରାମର ଏକ ଅସ୍ଥି ଶଲ୍ୟ ଦିବ୍ୟାଙ୍ଗ ଛାତ୍ରୀ ଗୋଲାପୀ ଶିର୍କାଙ୍କ ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ହେଉଥିବା ଘଟଣାରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଶୈଳବାଳା ସ୍ୱଂଶାସିତ କଲେଜରେ ଏହି ଅନୁସୂଚିତ ଜନଜା
ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଅଧିକାର କ୍ଷୁର୍ଣ୍ଣ ଘଟଣା : ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ


ଧର୍ମଶାଳା,୧୭ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ସୁକିନ୍ଦା ବ୍ଲକର ରାଂସୋଳୋ ପଂଚାୟତ କାକୁଡିଆ ଗ୍ରାମର ଏକ ଅସ୍ଥି ଶଲ୍ୟ ଦିବ୍ୟାଙ୍ଗ ଛାତ୍ରୀ ଗୋଲାପୀ ଶିର୍କାଙ୍କ ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ହେଉଥିବା ଘଟଣାରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଶୈଳବାଳା ସ୍ୱଂଶାସିତ କଲେଜରେ ଏହି ଅନୁସୂଚିତ ଜନଜାତି ଦିବ୍ୟାଙ୍ଗ ଝିଅଟି ଯୁକ୍ତ ଦୁଇ ନାମ ଲେଖାଇ ଥିଲେ । ମାତ୍ର ଉକ୍ତ କଲେଜ କ୍ୟାମ୍ପସ ଓ ଶୌଚାଳୟରେ ହୁଇଲଚେୟାର ଯିବା ଆସିବା ପାଇଁ ଆବଶ୍ୟକୀୟ ରାମ୍ପସ ନ ଥିବାରୁ ଘରକୁ ଫେରି ଆସିଥିଲେ । ଏହି ଘଟଣାକୁ ନେଇ ସେ ଦିବ୍ୟାଙ୍ଗ କର୍ମୀ ମଂଟୁ ଦାସଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ଦାସ ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଘଟଣାରେ ମାନ୍ୟବର ହାଇକୋର୍ଟ କେସ ନଂ ୩୪୧ା୨୦୨୫ରେ ଘଟଣାର ତଦନ୍ତ ନିମନ୍ତେ କଟକ ଅତିରିକ୍ତ ଜିଲାପାଳ,ଓଡିଶା ବାର କାଉଁସିଲ ଆସୋସିଏସନର ଯୁଗ୍ମ ସମ୍ପାଦିକା ପଦ୍ମାଳୟା ମହାପାତ୍ରଙ୍କୁ ଘଟଣାର ତଦନ୍ତ କରି ଆସନ୍ତା ୨୩ ତାରିଖରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ କରିଥିଲେ । ଆଜି ସକାଳୁ କଟକ ଅତିରିକ୍ତ ଜିଲାପାଳ ଓ ତଦନ୍ତକାରୀ ଟିମ୍ କଲେଜରେ ପଂହଚି କ୍ୟାମ୍ପସ,ଶ୍ରେଣୀ ଗୃହ,ଲାଇବ୍ରେରୀ ,ଛାତ୍ରୀ ନିବାସ ପ୍ରମୁଖ ସ୍ଥାନରେ ରାମ୍ପସ ,ରେଲ,ଟାକଟାଇଲ ରାସ୍ତା ସମେତ ଶୌଚାଳୟରେ ଦିବ୍ୟାଙ୍ଗ ସୁଗମ୍ରତା ସ୍ଥିତି ଯାଂଚ କରିଥିଲେ ।

ସୂଚନା ଥାଉକି, ଉକ୍ତ କଲେଜରେ ୫୩ ଜଣ ଦିବ୍ୟାଙ୍ଗ ଛାତ୍ରୀ ପାଠ ପଢୁଛନ୍ତି । ମାତ୍ର ମୋଟ ୪ଟି ଛାତ୍ରୀ ନିବାସ ମଧ୍ୟରୁ କୌଣସି ଛାତ୍ରୀ ନିବାସରେ ସୁଗମ୍ୟତା ନାହିଁ । ଯାହା ଫଳରେ ଦିବ୍ୟାଙ୍ଗ ଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ତେଣୁ ଏହି ପଦକ୍ଷେପ ପରେ ଗୋଲାପୀ ଶିର୍କା କଲେଜରେ ରହି ପାଠ ପଢିବାରେ ଆଶା ସଂଚାର କରିଛି । ଆଜିର ତଦନ୍ତ ସମୟରେ କଲେଜର ଅଧ୍ୟକ୍ଷ ଜୀବନ ବ୍ଲ୍‌ଭ ଜେନା,ଡିଏସଏସଓ ମନୋଜ ରଥ,ଦିବ୍ୟାଙ୍ଗ କର୍ମୀ ମଂଟୁ ଦାସ ଓ ଆଇନ ଛାତ୍ର ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande