ପୁରୀ, ୧୭ ଅକ୍ଟୋବର (ହି.ସ.) - ପୁରୀ ଜିଲ୍ଲା ସମେତ କେନ୍ଦ୍ରାଂଚଳ ରାଜସ୍ୱ ଅନ୍ତର୍ଗତ ଅନ୍ୟାନ୍ୟ ଜିଲ୍ଲା ଗୁଡିକ ପାଇଁ ଅଗ୍ନିପଥ ଯୋଜନା ଅଧିନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ନିଯୁକ୍ତି ରାଲି ଅନୁଷ୍ଠିତ ହେବ।ଏହି ନିଯୁକ୍ତି ରାଲି ଭୁବନେଶ୍ୱର ସୈନିକ ସ୍କୁଲରେ ଚଳିତ ବର୍ଷ ଅକ୍ଟୋବର ୨୨ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ରିକ୍ୟୁଟମେଂଟ ଡାଇରେକ୍ଟର କଲୋନେଲ ପିଏସ ପ୍ରସନ୍ନ ସୂଚନା ଦେଇଛନ୍ତି।ନିଯୁକ୍ତି ରାଲି ସମୟରେ ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀ ମାନଙ୍କୁ ଶାରିରୀକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀ ଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କ ପଞ୍ଜିକୃତ ଇମେଲ ଆଇଡି କୁ ପଠା ଯାଇଛି। ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀ ମାନଙ୍କୁ ସେମାନଙ୍କ ମୂଳ କାଗଜପତ୍ର କୌଣସି ବ୍ୟକ୍ତି ଙ୍କୁ ହସ୍ତାନ୍ତର ନ କରିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ଟାଉଟ୍ ବା ଏଜେଂଟଙ୍କ ଘୃଣ୍ୟ କାର୍ଯ୍ୟ କଳାପର ଶିକାର ନ ହୁଅନ୍ତି।ଏପରି କୌଣସି ଘଟଣା ଘଟିଲେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ କଟକର ସେନା ନିଯୁକ୍ତି କାର୍ଯ୍ୟାଳୟ ର ନିଯୁକ୍ତି କର୍ମଚାରୀ ଙ୍କୁ ରିପୋର୍ଟ କରାଯିବା ଉଚିତ।ସ୍ଥାନୀୟ ପୋଲିସ ଏବଂ ସିଭିଲ ପ୍ରଶାସନ ମାଧ୍ୟମରେ ନିଯୁକ୍ତି ରାଲି ସମୟରେ ଏପରି ଟାଉଟ୍ ବା ଏଜେଂଟ ଏବଂ ଅପବ୍ୟବହାରକୁ ଗିରଫ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପ୍ରସନ୍ନ ସୂଚନା ଦେବା ସହ କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀ ମାନେ କଟକ ସେନା ନିଯୁକ୍ତି କାର?୍ୟ୍ୟାଳୟ ସହ ୦୬୭୧୨୩୦୫୨୮୦, ୯୪୩୭୧୬୨୨୮୦ ରେ ଯୋଗାଯୋଗ କରିପାରିବେ ବୋଲି ଅବଗତ କରାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ