ଉନ୍ମୋଚିତ ହେବ ଲେଖିକା ଶୁଭା ଶର୍ମାଙ୍କ ରଚିତା ତୃତୀୟ ପୁସ୍ତକ ମିସେସ୍ ହାପିଲି ସିଙ୍ଗଲ୍‌
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ଆସନ୍ତାକାଲି (ଶନିବାର) ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶ୍ରୀମତୀ ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ ହେବାକୁ ଯାଉଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ପୁସ୍ତକ ଉନ୍ମୋ
ଉନ୍ମୋଚିତ ହେବ ଲେଖିକା ଶୁଭା ଶର୍ମାଙ୍କ ରଚିତା ତୃତୀୟ ପୁସ୍ତକ ମିସେସ୍ ହାପିଲି ସିଙ୍ଗଲ୍‌


ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ଆସନ୍ତାକାଲି (ଶନିବାର) ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶ୍ରୀମତୀ ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ ହେବାକୁ ଯାଉଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟି. କେ. ମିଶ୍ର, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଆଦ୍ୟାଶା ସତପଥୀ, ପ୍ରସିଦ୍ଧ ଲେଖକ ସତ୍ୟ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସି.ଏସ୍‌. ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକଟି ଉପରେ ବିସ୍ତୃତ ଆଲୋଚନା କରାଯିବ ।

ନାରୀ ସଂଘର୍ଷ ଓ ଅସ୍ମିତା ଉପରେ ଆଧାରିତ ଏହି ଉପନ୍ୟାସଟି ଶ୍ରୀମତୀ ଶୁଭା ଶର୍ମାଙ୍କର ତୃତୀୟ ପୁସ୍ତକ । ପୂର୍ବରୁ ଶ୍ରୀମତୀ ଶର୍ମାଙ୍କର ‘ଫ୍ଲାଏ ଅନ୍ ଦି ୱାକ ଆଣ୍ଡ ଅଦର ଷ୍ଟୋରିଜ୍‌’ (୨୦୧୩) ଏବଂ ‘ଦି ଅୱସ୍ଥିସ୍ ଅଫ୍ ଆମ୍ ନଗରୀ’ ଶୀର୍ଷକ ଦୁଇଟି ପୁସ୍ତକ ବିପୁଳ ପାଠକୀୟ ଆଦୃତି ହାସଲ କରିପାରିଛି । ଏହା ବ୍ୟତୀତ ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ଅନେକ ହିନ୍ଦୀ କବିତା ପ୍ରକାଶ ପାଇଛି ।

ଲକ୍ଷ୍ନୌରେ ଜନ୍ମିତ ଶ୍ରୀମତୀ ଶର୍ମା ଲେଡ଼ି ଶ୍ରୀରାମ କଲେଜ ଓ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ ମଧ୍ୟ ଉଭୟ ବୃତି ଓ ପ୍ରବୃତିକୁ ଗୁରୁତ୍ୱ ଦେଇ ନିଜର ସୃଜନ ଯାତ୍ରା ଜାରି ରଖିଛନ୍ତି । ତାଙ୍କର ପ୍ରଭାବୀ ଏବଂ ହୃଦୟସ୍ପର୍ଶୀ ଲେଖାରେ ସରଳ ଭାଷାବିନ୍ୟାସ ଓ ଉପସ୍ଥାପନା ଶୈଳୀ ଦେଖିବାକୁ ମିଳିଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande