ଭଦ୍ରକ, ୧୭ ଅକ୍ଟୋବର (ହି.ସ.) - ଗତ ସୋମବାର ବନ୍ତ ବ୍ଲକରେ ଅନୁଷ୍ଟିତ ହୋଇଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ବ୍ଲକ କଂଗ୍ରେସ ନେତା ଇଂସୁଧାଂଶୁ ନାୟକ ଚାଷ ଜମି ରେ ପାଣି ଅଭାବରୁ ଟିଲୋ ମଧୁପୁର ଗ୍ରାମର ଉଭୟ ପାର୍ଶ୍ୱରେ ଥିବା ଶହ ଶହ ଚାଷ ଜମି ପଡ଼ିଆ ପଡିବା ସହ ଉକ୍ତ ଜିମରେ ଚାଷ କାର୍ଯ୍ୟ ହୋଇ ପାରୁନଥିବାରୁ ସେଠାରେ ଏକ ଲିଫ୍ଟ ପଏଂଟ ବସାଗଲେ ବହୁ ଚାଷୀ ଉପକୃତ ହେବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳ ଜଳସେଚନ ବିଭାଗକୁ କ୍ଷେତ୍ରୀୟ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ଆଦେଶ ପରେ ବୁଧୁବାର ସହକାରୀ ଯନ୍ତ୍ରୀ କ୍ଷେତ୍ରୀୟ ତଦନ୍ତ କରି ଏକ ନୂତନ ଲିଫ୍ଟ ପଏଂଟ ବସାଇବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି । ତଦନ୍ତ ବେଳେ ଉକ୍ତ ଅଂଚଳର ସୁଧାକର କୁଅଁର, ଅଶୋକ ରାଉତ, ବିନୋଦ ବିହାରୀ ନାୟକ, ମାଧବାନନ୍ଦ ରାଜ, ଆଦିକନ୍ଦ ବରାଳ, ପ୍ରଦୀପ ପାତ୍ର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ