ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ - ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ)- ନୂଆପଡା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ନୂଆପଡାରେ ବିଜେପିର ବିଜୟ ସୁନିଶ୍ଚିତ। ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଆମର ପ୍ରାଥମିକତା ରହିବ। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ନୂଆପ
ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ - ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ)- ନୂଆପଡା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ନୂଆପଡାରେ ବିଜେପିର ବିଜୟ ସୁନିଶ୍ଚିତ। ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଆମର ପ୍ରାଥମିକତା ରହିବ। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ନୂଆପଡ଼ାର ଦାୟିତ୍ୱ ନିଜେ ନେବି। ଏହାପରେ ୧୧୦୦ କୋଟି ଟଙ୍କା ପ୍ରୋଜେକ୍ଟ ସହ କୁମନାକୁ ଏନଏସି ଓ ଖାରିଆଡ଼ ରୋଡ଼କୁ ମୁନିସିପାଲଟି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନର ବିକାଶ କରିବା ପାଇଁ ବିଜେପି ହିଁ ଗୋଟିଏ ଦଳ। ମୁଖ୍ୟମନ୍ତ୍ରୀ ଗତକାଲି ଆସି ଭୋଟରମାନଙ୍କୁ ବିଜେପିକୁ ଭୋଟ ଦେବାକୁ ଅପିଲ କରିଛନ୍ତି। ବିକାଶକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଜୟଙ୍କୁ ଜିଟାଇବାକୁ କହିଛନ୍ତି। ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକାଧିକ ମନ୍ତ୍ରୀ ଓ ରାଜ୍ୟ ସଭାପତି ଓ ବିଧାୟକମାନେ ଉପସ୍ଥିତ ରହିବେ। ଖରିଆଡ଼ ରୋଡ଼ରୁ ରୋଡ଼ ଶୋ କରି ନୂଆପଡା ଆସିବେ।

ସେପଟେ ବିଜେପି ନିର୍ବାଚନ କେମିତି ଜିତିବ ସେ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବୈଠକ ହୋଇଛି। ବଡ଼ ଧରଣ ରଣନୀତି ହୋଇଛି। ମିଶ୍ରଣ ପର୍ବକୁ ଜୋରଦାର କରାଯାଇଛି। ସରପଞ୍ଚ ସମିତି ସଭ୍ୟ ମିଶିବା ଦ୍ୱାରା ଦଳ ବଢୁଛି। ଆମର ବଡ଼ ଫୋର୍ସ କାମ କରିବ। ଆମର ଗାଁ ଗାଁରେ ମନ୍ତ୍ରୀ ବିଧାୟକ ରହିବେ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ , ସବିକା ପ୍ରୟାସ ମନ୍ତ୍ର ନେଇ ଲୋକଙ୍କ ପାଖକୁ ଯିବୁ।ପ୍ରତି ମଣ୍ଡଳରେ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତି ପଂଚାୟତରେ ବିଧାୟକ , ସାଂସଦ, ପୂର୍ବତନ ବିଧାୟକ ଓ ଅଭିଜ୍ଞ ନେତାଙ୍କ ଦାୟିତ୍ୱ ଦିଆଯାଇଛି। ଘରକୁ ଘର ଯାଇ ୧୫ ମାସ ସରକାରଙ୍କ ଉପଲବ୍ଧ ବାବଦରେ ଜଣାଇବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande