ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ)- ଗଡ଼ଜାତ ଗାନ୍ଧୀ ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି।
ଏକ୍ସରେ ନବୀନ ଲେଖିଛନ୍ତି ସମାଜବାଦୀ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗଡ଼ଜାତ ଗାନ୍ଧୀ ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜରେ ପରିବର୍ତ୍ତନ ଆଣିବା ସହ ଲୋକଙ୍କ ଉନ୍ନତିରେ ତାଙ୍କ ସମର୍ପିତ ଜୀବନ ସର୍ବଦା ପ୍ରେରଣାର ଉତ୍ସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା