ଧର୍ମଶାଳା, ୧୭ଅକ୍ଟୋବର(ହି.ସ.) - ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏକ ଅର୍ଥ ଅର୍ଜନକାରୀ ବିଭାଗ । ସରକାରଙ୍କ ଏହି ବିଭାଗ ଦ୍ୱାରା ରାଜ୍ୟ ଅବକାରୀ ଆଇନ୍ କାର୍ଯ୍ୟକାରୀ ହୋଇଥାଏ । ତତ ସହିତ ବେଆଇନ୍ ନକଲି ମଦ ବିକ୍ରି , ସରକାରୀ ନିୟମରେ ମଦର ଉତ୍ପାଦନ, ମଦ ବଂଟନ ଆଦି କ୍ଷେତ୍ରକୁ ନିୟନ୍ତ୍ରଣ କରାଯାଇଥାଏ ।ସେଥିପାଇଁ ଏଥିରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସଦା ସର୍ବଦା ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥାଏ । ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲାରେ ଅବକାରୀ ଅଧିକ୍ଷକ ଭାବେ ଚଳିତ ବର୍ଷ ଯାନୁଆରୀ ୩୦ ତାରିଖରେ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ଚିଠି ନମ୍ବର୍ ୫୩୫ ରେ ଦିବ୍ୟ କିଶୋର ତଣ୍ଡେଇ ଜିଲ୍ଲା ଅବକାରୀ ଅଧକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ତଣ୍ଡେଇ ଯୋଗଦେବା ପର ଠାରୁ ଜିଲ୍ଲାରେ ଅବକାରୀ ବ୍ୟବସ୍ଥା ଭୁସୁଡ଼ି ପଡ଼ିଥିବା ନେଇ ସମାଜସେବୀ ସବ୍ୟସାଚୀ ସାହୁ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ନିଶା କାରବାର ବହୁଳ ମାତ୍ରାରେ ବ୍ୱୃଦ୍ଧି ପାଇବା ସହ କମ୍ ବୟସର ଯୁବକ ଏବେ ନିଶା ଖାଇ ପଥଭ୍ରଷ୍ଟ ହେଉଛନ୍ତି । ଅନ୍ୟପଟେ ଅବକାରୀ ଅଧିକ୍ଷକ ତଳିଆ କର୍ମଚାରୀ ମାନଙ୍କୁ ବଟି ନେଇ ଏ ଷ୍ଟେସନ ରୁ ସେ ଷ୍ଟେସନ କୁ ମନ ଇଛା ବଦଳି କରିବା, ମାସିକିଆ ବଟି ଆଦାୟ କରିବା, ବିଷାକ୍ତ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା ,ମହିଳା କର୍ମଚାରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଅବକାରୀ ଥାନା ଥାଇ ମଧ୍ୟ ତାହା ଅଧୀନରେ ବିଭିନ୍ନ ଜାଗାରେ ବିକ୍ରି ହେଉଥିବା ଚୋରା ବ୍ରାଉନ ସୁଗାର,ଗଞ୍ଜେଇ ଓ ବିଷାକ୍ତ ବିଦେଶୀ ଓ ଦେଶୀ ମଦ ବେପାରୀଙ୍କ ଠାରୁ ଅବକାରୀ ନିରୀକ୍ଷକ ଓ ଅବକାରୀ ଥାନାଅଧିକାରୀ ମିଶି ବଟି ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗମାନ ହୋଇଛି । ଏହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏନେଇ ସମାଜସେବୀ ଶ୍ରୀ ସାହୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟି ଅବିଯୋଗ ଦର୍ଶାଇଛନ୍ତି । ଜିଲ୍ଲାପାଳ ଶ୍ରୀ କର ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଡ କାର୍ଯ୍ୟନୁଷ୍ଠାନ ଼ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ