ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)- କଣ୍ଟିଲୋ
ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ
ମାନବାଧିକାର କମିସନ । ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ
ରହିଛି । ଏସ୍ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ । ଫାଣ୍ଡିରେ
ନିର୍ଯାତନା ନେଇ ଓଏଚଆରସିର ଦ୍ୱାରସ୍ତ ହୋଇଥିଲେ ଅନୁସୂଚିତ ଦମ୍ପତ୍ତି । ୨୦୨୪ ମାର୍ଚ୍ଚ ୧୯ରେ
ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଓଏଚଆରସିରେ କେସ୍ ଫାଇଲ୍ ପରେ ନୟାଗଡ଼ ଏସ୍ପିଙ୍କୁ
ରିପୋର୍ଟ ମଗାଯାଇଥିଲା । ଓଏଚଆରସିର ନୋଟିସ୍ ପରେ ଏସପି କିମ୍ୱା ଅଧିକାରୀ ହାଜର ହୋଇନଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା