ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)- ପୋଲିସ ଏସଆଇପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବଡ଼ ଖୁଲାସା
କରିଛନ୍ତି । ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ
ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା ଗିରଫ । ଅଭିଯୁକ୍ତମାନଙ୍କୁ
ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ
ଯୋଗାଡ଼ କରୁଥିଲେ ।ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୌମ୍ୟା ପ୍ରିୟଦର୍ଶିନୀ । ଦୀଘା
ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍ ପ୍ଲାନ୍ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ
ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ ।୧୧୦ ପରୀକ୍ଷାର୍ଥୀଙ୍କ ପାଇଁ ଦୀଘାରେ ରୁମ୍ ବୁକ୍ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଇଥିଲା ପୂର୍ବରୁ ଗିରଫ
ଅରବିନ୍ଦ ଦାସ । ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ଓ ସୌମ୍ୟା ଘର ଢେଙ୍କାନାଳରେ ।ଦିଲ୍ଲୀରେ ରହି
ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । କେଳେଙ୍କାରୀର ମୁଖ୍ୟ ଶଙ୍କର
ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି ।ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି
ପଚରାଉଚରା କରାଯିବ । କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମ୍ବ୍ରାଞ୍ଚ ଡିଜି
ଅପିଲ୍ କରିଛନ୍ତି । ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ
ଡିଜି ବିନୟତୋଷ ମିଶ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା